PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସାମ୍ପ୍ରଦାୟିକ ସଦ୍‌ଭାବର ନମୁନା ରଖିଲେ ମୁସ୍‌ଲିମ୍‌ ଯୁବକ

ବରଗଡ଼,୨୮ା୧(ଆପ୍ର): ଦୁନିଆରେ ସ୍ୱେଚ୍ଛାସେବୀ କି ମାନବସେବାକୁ ମାଧବ ସେବା ଭାବୁଥିବା ଲୋକଙ୍କ ଅଭାବ ନଥିଲେ ବି ସାମ୍ପ୍ରଦାୟିକ ସଦ୍‌ଭାବର ନମୁନା ରଖିଥିବା ବରଗଡ଼ ଜମାଲୁଦ୍ଦିନ ପଡ଼ାର ଯୁବକଙ୍କ ସ୍ୱେଚ୍ଛାସେବା ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ବିଜୁ ଯୁବବାହିନୀର ସକ୍ରିୟ ସଦସ୍ୟ ଏହି ମୁସଲିମ ସମ୍ପ୍ରଦାୟର ଯୁବକମାନେ ଜଣେ ହିନ୍ଦୁ ବୃଦ୍ଧା ମାଉସୀଙ୍କୁ କାନ୍ଧ ଦେବା ଘଟଣା ସାମ୍ପ୍ରଦାୟିକ ଏକତାର ନିଦର୍ଶନ ପାଲଟିଛି । ପଡ଼ାର ଜଣେ ଅନାଥ ମହିଳାଙ୍କୁ କାନ୍ଧ ଦେଇ ବରଗଡ଼ ପୌରାଞ୍ଚଳର ୱାର୍ଡ଼ ନଂ୭ ସ୍ଥିତ ଜମାଲୁଦ୍ଦିନ ପଡ଼ାର ଶେକ ସବଦର ଓ ତାଙ୍କ ସହଯୋଗୀ ଆଜି ସୁନାଥ ହୋଇପାରିଛନ୍ତି ।
ସମସ୍ତଙ୍କ ମାଉସୀ ଭାବେ ପରିଚିତ ଜମାଲୁଦ୍ଦିନ ପଡ଼ାର ଜଣେ ବିଧବା ବୃଦ୍ଧା ଇଚ୍ଛା ଦାସ (୭୭)ଙ୍କ ଆଜି ପରଲୋକ ହୋଇଥିଲା । ମୃତକଙ୍କ କେହି ଉତ୍ତରାଧିକାରୀ ନଥିବାରୁ ଜମା ହୋଇଥିବା ପଡ଼ାବାସୀଙ୍କ ମଧ୍ୟରେ ତାଙ୍କର ଅନ୍ତ୍ୟେଷ୍ଟି ହିଁ ମୁଖ୍ୟ ସମସ୍ୟା ଭାବେ ଛିଡ଼ା ହୋଇଥିଲା । ହେଲେ ସମସ୍ତ ଶଙ୍କା ଓ କଳ୍ପନା ଜଳ୍ପନାରେ ଗାରଟାଣିଥିଲେ ବିଜୁ ଯୁବବାହିନୀର ସ୍ଥାନୀୟ ଯୁବ ବ୍ୟବସାୟୀ ଶେଖ ସବଦର ଓ ସାଥୀ । ମାଉସୀଙ୍କୁ କାନ୍ଧ ଦେବାକୁ ଆଗେଇ ଆସି ଆନୁଷଙ୍ଗିକ ଯୋଗାଡ଼ ସହ ଜୀରାନଦୀ କୂଳକୁ ବୋହି ନେଇ ଅନ୍ତିମ ସତ୍କାର କରିଥିଲେ । ମୁସଲମାନ ଯୁବକମାନଙ୍କ ଦ୍ୱାରା ଜଣେ ହିନ୍ଦୁ ମହିଳାଙ୍କ ଶବ ବୋହିବା ସହ ହିନ୍ଦୁ ରୀତିନୀତି ମୁତାବକ ଅନ୍ତ୍ୟେଷ୍ଟି ସମ୍ପନ୍ନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସବଦର ଓ ସାଥୀ ସାହିଦ ଖାନ, ଏମ୍‌ଡି ସଦାଫ, ଅଭି, ସୋନୁ, ଆକ୍ରମ, ରାଜୀବ, କେବାଲ, ସବର, ଆଜାଦ, ମନ୍ନୁ, ହୁସେନ ପ୍ରମୁଖଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ପୂର୍ବତନ ନଗରପାଳ ପ୍ରଶାନ୍ତ କୁମାର ବେହେରା, କିଶୋର ମିଶ୍ର ତଥା ବିଜେଡିର ବହୁ ନେତୃବୃନ୍ଦ ମଧ୍ୟ ବିଜୁ ଯୁବବାହିନୀର ଏତାଦୃଶ ସମାଜସେବା କାର୍ଯ୍ୟର ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ, ଅନୁଗୁଳରୁ ଆସି କେଉଁ କାଳରୁ ଜମାଲୁଦ୍ଦିନ ପଡ଼ାରେ ରହିଯାଇଥିବା ଇଚ୍ଛା ଦାସଙ୍କ ସ୍ୱାମୀଙ୍କୁ ହରାଇଲା ପରେ ତାଙ୍କ ପୁତୁରାମାନେ ଆସି ନେଇଯାଇଥିଲେ । ମାତ୍ର ଜମାଲୁଦ୍ଦିନ ପଡ଼ାବାସୀଙ୍କ ସ୍ନେହପୂର୍ଣ୍ଣ ମାଉସୀ ଡାକ ସହ ଭାବର ବନ୍ଧନକୁ ଏଡ଼ାଇ ନପାରି ନିଃସନ୍ତାନ ଇଚ୍ଛା ପୁଣି ଫେରିଆସିଥିଲେ ଏବଂ ଚଣାମୁଢ଼ି ବିକ୍ରି କରି ପେଟପାଟଣା କରୁଥିଲେ । ୧୫ ଦିନ ତଳେ ଡିବିରିରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ସମୟରେ ସବଦର ଓ ସାଥୀ ତାଙ୍କ ସେବାଶୁଶ୍ରୁଷା କରିଆସୁଥିଲେ । ଦେହାନ୍ତ ପରେ ଆଜି କାନ୍ଧ ଓ ମାଟି ମଧ୍ୟ ଦେଇଥିଲେ ।