ନୂଆଦିଲ୍ଲୀ; ୩/୧ : ଆଇପିଏଲ ୨୦୨୬ ଆଉ ନଜର ଆସିବେନି ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରେହେମାନ । ବିସିସିଆଇର ନିର୍ଦ୍ଦେଶ ପରେ ତାଙ୍କୁ କେକେଆର ଦଳରୁ ରିଲିଜ୍ କରିଛି । ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ତେବେ ରିଲିଜ୍ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁସ୍ତାଫିଜୁର୍ । ସେ କହିଛନ୍ତି କି, ଯଦି ତୁମକୁ ଦଳରୁ ରିଲିଜ୍ କରାଯିବ ତେବେ ତୁମେ କଣ ବା କରିପାରିବ । ସେ ଏକ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ମାତ୍ର ଏହା ଉପରେ ସେ ଅଧିକ କିଛି କହିନାହାନ୍ତି । କହି ରଖୁଛୁ କି, ଆଇପିଏଲ ମିନି ନିଲାମୀ ୨୦୨୬ରେ ସେ କେକେଆର ଦଳ ପାଇଁ ଖେଳିଥାନ୍ତେ । ଫ୍ରାଞ୍ଚାଇଜ୍ ତାଙ୍କୁ ୯.୨ କୋଟିରେ କିଣିଥିଲା । ମାତ୍ର ଏବେ ରିଲିଜ୍ କରିଛି ।
ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଥିବା ଘଟଣାକୁ ନେଇ ମୁସ୍ତାଫିଜୁରଙ୍କୁ ଦଳରୁ ବିଦା କରିବାକୁ ଦାବି ହୋଇଥିଲା । ଶେଷରେ ବିସିସିଆଇର ନିର୍ଦ୍ଦେଶ ପରେ ଏହା ହୋଇଛି । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।
ବିବାଦ କଣ ? ଗତ କିଛି ଦିନ ଧରି, କେକେଆର ଏବଂ ଏହାର ସହ-ମାଲିକ ଶାହରୁଖ ଖାନ୍ଙ୍କୁ ଅନେକ ରାଜନେତା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଟାର୍ଗେଟ କରିଥିଲେ । ଏହା ପରେ ବିବାଦରେ ଫସିଥିଲେ କେକେଆର । ଜାତୀୟ ଭାବନା ସତ୍ତ୍ୱେ ଫ୍ରାଞ୍ଚାଇଜ୍ ଜଣେ ବାଂଲାଦେଶୀ ଖେଳାଳିଙ୍କୁ କିଣିବାକୁ ନେଇ ଭାରତର ଅନେକ ଲୋକ ସମର୍ଥନ କରୁନାହାନ୍ତି ବୋଲି କୁହାଯାଇଥିଲା । ବିଜେପି ନେତା ସଂଙ୍ଗୀତ ସୋମ୍ ଶାହରୁଖଙ୍କ ଉପରେ ଦେଶଦ୍ରୋହୀ ଟିପ୍ପଣୀ ଦେଇଥିଲେ ।
କହି ରଖୁଛୁ କି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ବାଂଲାରେ ହିନ୍ଦୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଉଛି । ୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ନଥିବା ବେଳେ ଉକ୍ତ ଦେଶର ଖେଳାଳଙ୍କୁ କାହିଁକି ଆଇପିଏଲରେ ଖେଳାଯିବାକୁ ନେଇ ବିବାଦ ଦେଇଖିବାକୁ ମିଳିଥିଲା । ଏହାକୁ ନେଇ ବିସିସିଆଇ କେକେଆର ଫ୍ରାଞ୍ଚାଇଜକୁ ମୁସ୍ତାଫିଜୁର ରେହମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହାର ମାତ୍ର ୨ ଘଣ୍ଟା ଭିତରେ ରେହମାନଙ୍କୁ ରିଲିଜ କରିଛି କୋଲକାତା । ତେବେ ଭାରତ-ବାଂଲାଦେଶ ମଧ୍ୟରେ ବିଗୁଡୁଥିବା ସମ୍ପର୍କ ମଧ୍ୟରେ କ୍ରିକେଟର ବଳି ପଡିଛନ୍ତି