PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପେଟ୍ରୋଲ ପରେ ଏବେ ୪୦ ଟଙ୍କା କମିଲା ସୋରିଷ ତେଲ, ବାଦାମ ଓ ସୋୟାବିନ ତେଲ ଦାମ୍ ମଧ୍ୟ ଖସିଲା

ନୂଆଦିଲ୍ଲୀ,୨୩।୫: ମହଙ୍ଗା ମାଡରୁ ଏବେ ସାଧାରଣ ଲୋକଙ୍କୁ ମିଳିଛି କିଛି ଆଶ୍ବସ୍ଥି। ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି୍‌ରେ କାଟ୍ କରାଯିବା ପରେ ଏବେ ଆଉ ଏକ ଆଶ୍ବସ୍ଥିର ଖବର। ଏକ୍ସାଇଜ ଡ୍ୟୁଟି କମ୍ କରାଯିବା ଦ୍ବାରା ପେଟ୍ରୋଲର ରେଟ୍‌ ୯.୫ ଟଙ୍କା ପ୍ରତି ଲିଟର କମ୍ ହୋଇଯାଇଥିଲା। ଏବେ ଖାଇବା ତେଲ ମୂଲ୍ୟରେ ହ୍ରାସ ହେବାରେ ଲାଗିଛି। ଇଣ୍ଡୋନେସିଆ ରପ୍ତାନିର ବାଟ ଖୋଲିବା ପରଠାରୁ ମୂଲ୍ୟ ହ୍ରାସ ଘଟିଛି। ବିଦେଶୀ ବଜାରରେ ଖାଇବା ତେଲ ଦୃତ ଗତିରେ ବଢିବା ଭିତରେ ଇଣ୍ଡୋନେସିଆ ପକ୍ଷରୁ ରପ୍ତାନିର ବାଟ ଖୋଲିବାର ପ୍ରଭାବ ଦେଶର ବଜାର ଉପରେ ପଡିଛି। ଗତ ସପ୍ତାହରେ ଅଧିକାଂଶ ତୈଳବୀଜ ମୂଲ୍ୟ ହ୍ରାସ ପାଇଇଛି। ଏହାର ପ୍ରଭାବରେ କଚ୍ଚି ଘାନି ସୋରିଷ ତେଲ ୪୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଏହା ଖାଇବା ତେଲ ଦାମ୍‌ରେ ବଡ ହ୍ରାସ ବୋଲି କୁହାଯାଉଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହ ସୋରିଷ ମଞ୍ଜିର ଦାମ୍ ୧୦୦ ଟଙ୍କା ହ୍ରାସ ପାଇଁ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ଆସିଯାଇଛି। ଏହା ପୂର୍ବରୁ ସୋରିଷ ତେଲ ଦାଦ୍ରି ୨୫୦ ଟଙ୍କା ହ୍ରାସ ପାଇବା ସହ ୧୫,୦୫୦ ଟଙ୍କା ପ୍ରତି କ୍ବିଣ୍ଟାଲରେ ଥିଲା। ସେଭଳି ସୋରିଷ ପକ୍କି ଘାନି ଓ କଚ୍ଚି ଘାନି ତେଲ ରେଟ୍ କ୍ରମଶଃ ୪୦ ଟଙ୍କା ହ୍ରାସ ପାଇ ୨,୩୬୫-୨,୪୪୫ ଟଙ୍କା ଓ ୨,୪୦୫,୨,୫୧୫ ଟଙ୍କା ଟିଣ(୧୫ କିଲୋ)ରେ ପହଁଞ୍ଚିଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୋୟାବିନ ଦାନା ଓ ସୋୟାବିନ୍ ଲୁଜ୍‌ର ମୂଲ୍ୟରେ ହ୍ରାସ ଘଟିଛି ଓ ଏହା ୭,୦୨୫-୭,୧୨୫ ଟଙ୍କା(ସୋୟାବିନ୍ ଦାନା) ଓ ୬,୭୨୫-୬୮୨୫ ଟଙ୍କା ପ୍ରତି କ୍ବିଣ୍ଟାଲ (ସୋୟାବିନ୍ ଲୁଜ୍‌)ରେ ପହଁଞ୍ଚିଛି। ବାଦାମ ରିଫାଇନଡ୍‌ ତେଲ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇଁ ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିଣରେ ପହଁଞ୍ଚିଛି। ଗତ ସପ୍ତାହରେ ବିଦେଶୀ ବଜାରରେ ମୂଲ୍ୟ ଅଧିକ ହେବା କାରଣରୁ ପାମ୍ ଅଏଲର ମୂଲ୍ୟ ମଧ୍ୟ ୫୦୦ ଟଙ୍କା ହ୍ରାସ ପାଇ ୧୪,୮୫୦ ଟଙ୍କା କ୍ବିଣ୍ଟାଲରେ ପହଁଞ୍ଚିଛି।  ଦିଲ୍ଲୀର ପାମୋଲିନ୍ ତେଲର ଦାମ୍ ୬୦୦ ଟଙ୍କା ହ୍ରାସ ପାଇ କ୍ୱିଣ୍ଟାଲ୍ ପିଛା ୧୬,୩୫୦ ଟଙ୍କାରେ ରହିଛି।

ସମ୍ବନ୍ଧିତ ଖବର