ରାଏପୁର, ୧୮/୦୭ : ଛତିଶଗଡ଼ର ରାଜଧାନୀ ରାଏପୁରରେ ଚାଞ୍ଚଲ୍ୟ। ସଞ୍ଜୟ ନଗର ସ୍ଥିତ ମସଜିଦ୍ ନିକଟରେ ଥିବା ଏକ ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ବାହାରିଲା ୫ ଶବ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ସାମୂହିକ ଆତ୍ମହତ୍ୟା ନା ଆଉ କିଛି ? ବଢିଲା ସନ୍ଦେହ... ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ଟିକରାପାରା ପୁଲିସ। 

ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ମୃତକମାନେ ହେଲେ ସାଜିଦ ଅଲି (୫୦ ବର୍ଷ), ପତ୍ନୀ ରାବିଆ, ପୁଅ ଇରଶାଦ ଅଲି (୧୯ ବର୍ଷ), ଝିଅ ଶାହିଦା (୧୭ ବର୍ଷ) ଏବଂ ଇରଶାବା ବେଗମ (୧୬ ବର୍ଷ)। ଏମାନେ ସମସ୍ତେ ବିଷ ପିଇ ସାମୂହିକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏହି ଘଟଣା ପରେ ସମଗ୍ର ରାଏପୁରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଟିକରାପାରା ପୁଲିସ ଘରଟିକୁ ସିଲ୍ କରି ତଦନ୍ତ ଚଳାଇଛି। ଉଭୟ ହତ୍ୟା ଓ ଆତ୍ମହତ୍ୟା ଦିଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଚଳାଇଛି। 

ଆହୁରି ପଢନ୍ତୁ- 'ଏସ୍‌ଆଇଆର୍‌ରେ ନାଁ ନ ଥିଲେ ନାଗରିକତା ଯିବନ'; ଇସି ଏବଂ ବଙ୍ଗ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ପରିବାରର ମୁଖ୍ୟ ସାଜିଦ ଅଲି ପ୍ରଥମେ ଚାରିଜଣଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ପରିବାର ପ୍ରାୟ ଆଠ ମାସ ଧରି ସୟଦ ଜାହିରଙ୍କ ଘରେ ଭଡ଼ାରେ ରହୁଥିଲେ। ପଡ଼ୋଶୀଙ୍କ ଅନୁଯାୟୀ, ଗତକାଲି ସନ୍ଧ୍ୟାରୁ ଘରର ଦ୍ୱାର ଖୋଲି ନଥିଲା। ସନ୍ଦେହ ହେବାରୁ ଘରର କବାଟ ଖୋଲି ଦେଖିବାରୁ ଏକ କୋଠରୀରେ ପାଞ୍ଚ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହା ପରେ ପୁଲିସକୁ ଖବର ଦେଇଥିଲେ। 

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ସରିଯିବ କି ହିଟମ୍ୟାନଙ୍କ କ୍ୟାରିୟର ?