PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବିବାହର ନବମ ଦିନରେ ନବବଧୂଙ୍କୁ ହତ୍ୟା! ଅଧୁରା ରହିଗଲା ନୂଆ ସଂସାର ଗଢ଼ିବା ସ୍ୱପ୍ନ, ଶାଢ଼ୀ ଦେଣନେଣରୁ ଗଲା ଜୀବନ

ଚାରିଛକ,୦୨/୦୭: ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜଣେ ନବବଧୂ ବିବାହର ନବମ ଦିନରେ ଆଖି ବୁଜିଛନ୍ତି । ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡି ସାହିରେ । ଶାଶୂଘର ଲୋକ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଘଟଣାର ତଦନ୍ତପୂର୍ବକ ଅଭିଯୁକ୍ତ ସ୍ୱାମୀ-ଶାଶୂକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଜୁନ୍‌ ୨୧ରେ ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ କନ୍ଧମାଳ ଜିଲ୍ଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା(୧୯)କୁ ବିବାହ କରିଥିଲେ । ବିବାହ ପରେ ଶାଢୀ ଦେବା ନେବା କଥାକୁ କେନ୍ଦ୍ରକରି ଶାଶୂ ସୁବାସିନୀ ବୋହୂ ମଧୁସ୍ମିତାକୁ ନିର୍ଯାତନା ଦେଉଥିଲେ । ଗତ ୨୯ତାରିଖ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହ ଝଗଡା କରିଥିଲେ । ସେହିଦିନ ଶାଶୂଘର ଲୋକେ ମିଶି ମଧୁସ୍ମିତାକୁ ମାରିଥିବା ତାଙ୍କ ବାପା ପ୍ରଶାନ୍ତ ସାହୁ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୂ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।