PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ନବ ଦାସ ହତ୍ୟା ମାମଲା: ଗୁରୁବାର କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୫/୦୫: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍‌ ଗୁରୁବାର ଝାରସୁଗୁଡ଼ାସ୍ଥିତ ଜେଏମଏଫସି କୋର୍ଟରେ ଦାଖଲ କରିବ କ୍ରାଇମବ୍ରାଞ୍ଚ। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତଦନ୍ତକାରୀ ସଂସ୍ଥା ଚାର୍ଜସିଟ୍‌ ଚୂଡ଼ାନ୍ତ କରିପାରିଛି । ମାମଲାର ଅଭିଯୁକ୍ତ ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍‌ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ଗତ ଜାନୁଆରୀ ୨୯ ତାରିଖ ଦିନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍‌ଘାଟନ ପାଇଁ ଯାଇଥିବା ସମୟରେ ପୁଲିସ ଗୁଳିରେ ଟଳି ପଡ଼ିଥିଲେ ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଘଟଣାକୁ ଲୋକେ ସହଜରେ ହଜମ କରି ପାରି ନଥିଲେ । ତେଣୁ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ ଲ୍ୟାବରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ସେଣ୍ଟ୍ରାଲ ଫରେନସିକ ଲ୍ୟାବ୍‌ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପାଳର ହୋଇଥିବା ଏଲ୍‌ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ୍‌ର ଯାଞ୍ଚ ସହ ନିମହାନ୍ସର ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା ନିରୀକ୍ଷା କରିଥିଲେ ।