PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ; ବିଶେଷଜ୍ଞ ଓ ମନସ୍ତତ୍ତ୍ୱବିତଙ୍କ ସହାୟତାରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରୁଛି କ୍ରାଇମ୍‌ବ୍ରାଞ୍ଚ…

କଟକ: ନବ ଦାସ ହତ୍ୟାର ପ୍ରକୃତ ରହସ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତାର ତଦନ୍ତ  ପରିସରକୁ ଆହୁରି ବ୍ୟାପକ କରିଛି । ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ସେ ନବଙ୍କ ଉପରକୁ ଗୁଳି ଚଳାଇ ମାରିବା ପଛର କାରଣ ଖୋଜୁଛି । ଅନ୍ୟପକ୍ଷରେ ଗୋପାଳ ଜଣେ ମାନସିକ ରୋଗୀ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାର ପ୍ରକୃତ କାରଣ ଓ ତାର  ମାନସିକ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଜ୍ଞ ମାନସିକ ବିଶେଷଜ୍ଞ ଓ ମନସ୍ୱତ୍ତ୍ୱବିତଙ୍କ ସହାୟତା ନେଇଛି । ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ମାନସିକ ଚିକିତ୍ସା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ  ପ୍ରଫେସର ଡାକ୍ତର ଅଜୟ କୁମାର ସ୍ବାଇଁଙ୍କ ସମେତ ୫ ଜଣ ଅଭିଜ୍ଞ ମାନସିକ ବିଶେଷଜ୍ଞ ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ଟିକିନିଖି ପରୀକ୍ଷା ନିରୀକ୍ଷା କରିବା ସହ ତାର ପୂର୍ବ ପ୍ରେସକ୍ରିପସନ ଗୁଡିକୁ ଯାଞ୍ଚ କରୁଛନ୍ତି । ମୁମ୍ବାଇର ଜଣେ ବିଶେଷଜ୍ଞ ଏଥିରେ ସାମିଲ ଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି । ସେହିପରି ତଦନ୍ତରେ ଆଵଶ୍ୟକତା ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯୋଗାଡ଼ରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ଏକ ୬ଜଣିଆ ଟିମ ଗଠନ କରାଯାଇଛି ।