PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

‘ପ୍ରମେୟ’ରେ ସ୍ୱାସ୍ଥ୍ୟ ମନ୍ତ୍ରୀ; ନୂଆ ସ୍ୱାସ୍ଥ୍ୟ ନୀତି ଖୁବ୍‌ ଶୀଘ୍ର ଆସିବ ବୋଲି କହିଲେ ନବକିଶୋର ଦାସ

ଭୁବନେଶ୍ୱର,୧ା୬(ବ୍ୟୁରୋ): ସମଗ୍ର ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ହେବ । ପ୍ରଥମ ଥର ପାଇଁ ଭିଜନ୍‌- ୨୦୨୫କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ନୀତି ଆସିବ । ଖାଲି ସେତିକି ନୁହେଁ, ବିଜେଡି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରାଯିବ । ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ପ୍ରତି ୧୦୦ ଦିନରେ ଥରେ ସମୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ନୂଆ କରି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସର୍ବପ୍ରଥମେ ‘ପ୍ରମେୟ’ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଶ୍ରୀ ଦାସ ଏକଥା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ଏକ ବଡ଼ ବିଭାଗ । ଏଠି ଅନେକ ସମସ୍ୟା, ଆହ୍ୱାନ ବି ଅନେକ । ମୁଁ କାମରେ ବିଶ୍ୱାସ କରେ । କେବେ କହିବି ନାହିଁ, ସମ୍ପୂର୍ଣ୍ଣ ୧୦୦ ପ୍ରତିଶତ କାମ କରିଦେବି ବୋଲି । ମାତ୍ର ଦୃଢ଼ ନିଶ୍ଚିତ ଯେ ଅତିକମ୍‌ରେ ୩୦ ପ୍ରତିଶତରୁ ଅଧିକ କାର୍ଯ୍ୟ ହେବ । ପୂର୍ବରୁ ଝାରସୁଗୁଡ଼ାରେ ପିପିପି ମୋଡ୍‌ରେ ବହୁତଗୁଡ଼ିଏ କାମ କରିଛି । ବର୍ତ୍ତମାନ ବିଭାଗରେ ଯେତିକି ସମ୍ବଳ ରହିଛି, ତାକୁ କିପରି ଠିକ୍‌ ଭାବେ ବିନିଯୋଗ ହୋଇପାରିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ । ଭିମ୍‌ସାର୍‌ର ସୁପରିଚାଳନା ସାଙ୍ଗକୁ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟା ସେବା ଯୋଗାଇବା ବିଭାଗର ପ୍ରାଥମିକତା ରହିବ । କେବଳ ମୋ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ା କି ପଶ୍ଚିମ ଓଡ଼ିଶା ନୁହେଁ, ସମଗ୍ର ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ବିକାଶ କରିବା ମୋର ଦାୟିତ୍ୱ । ପ୍ରତି ୧୦୦ ଦିନରେ ଥରେ ବିଭାଗ ତରଫରୁ ମୁଁ ନିଜେ ସମସ୍ତ କାର୍ଯ୍ୟର ସମୀକ୍ଷା କରିବି । ଏହି ସମୀକ୍ଷା ବୈଠକ ରାଜଧାନୀ ଭୁବନେଶ୍ୱରରେ ବସି ନୁହେଁ, ଓଡ଼ିଶାର କୋଣ ଅନୁକୋଣ ବୁଲି ବୁଲି କରିବି । ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସବୁ ପ୍ରକାର ସୁଫଳ ଯେଭଳି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ତାହା ନିଶ୍ଚିତ କରାଇବା ଲାଗି ଆମ ବିଭାଗ ଦୃଢ଼ତାର ସହ କାର୍ଯ୍ୟ କରିବ । ଏମିତିରେ ମୁଁ ବହୁତ ଯତ୍ନଶୀଳ ଏବଂ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ । ଜନ ପ୍ରତିନିଧି ଭାବେ ପୂର୍ବରୁ ନିଜ ଦାୟିତ୍ୱ ସମ୍ପାଦନା କରିଆସୁଥିଲି । ଏବେ ମୁଖ୍ୟମନ୍ତ୍ରୀ ଭରସା ରଖି ଏ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାକୁ ଠିକ୍‌ ଭାବେ ତୁଲାଇବା ମୋର ପ୍ରାଥମିକ କର୍ତ୍ତବ୍ୟ ।
‘ପ୍ରମେୟ’ କାର୍ଯ୍ୟାଳୟ ପରିଦର୍ଶନ ସହ ମନ୍ତ୍ରୀ ଶ୍ରୀ ଦାସ ଆଗାମୀ ଦିନର ନିଜ ବିଭାଗର କାର୍ଯ୍ୟଶୈଳୀ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଥା କହିଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ‘ପ୍ରମେୟ’ ତରଫରୁ ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର ମନ୍ତ୍ରୀ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସମ୍ବନ୍ଧିତ ଖବର