PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ନାବାଳିକା ଉଦ୍ଧାର, ଯୁବକ ଅଟକ

ବ୍ରହ୍ମପୁର,୨୦।୧୧: ସ୍ଥାନୀୟ ବଡବଜାର ଥାନା ଅନ୍ତଗର୍ତ ଏକ ସାହିରୁ ନିଖୋଜ ଥିବା ଏକ ନାବାଳିକାଙ୍କୁ ବଡବଜାର ଥାନା ପୁଲିସ ଉଦ୍ଧାର କରିଛି । ଏହା ସହ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଯୁବକ ଅମିତ କୁମାର ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ନାବାଳିକା ଓ ଯୁବକଙ୍କ ଡାକ୍ତରମାଇନା ସୋମବାର ହେବ ବୋଲି ଜଣାପଡିଛି ।

 ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ଶୁକ୍ରବାର ରାତିରୁ କେଉଁଆଡେ ଫେରାର ହୋଇଯାଇଥିଲେ । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ବଡବଜାର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଟିମ୍ ପ୍ରସ୍ତୁତ କରିଥିଲେ । ପରେ ନାବାଳିକାଙ୍କୁ ସେହି ଅଂଚଳର ଜଣେ ଯୁବକ ଅମିତ ଅପହରଣ କରି ନେଇ ପୁରୀଠାରେ ରଖିଥିବା ପୁଲିସ ଜାଣିବାକୁ ପାଇଲା । ପୁଲିସର ଏକ ଟିମ୍ ପୁରୀ ଯାଇ ସେଠାର ଏକ ହୋଟେଲ୍‌ରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଯୁବକଙ୍କ ଅଟକ ରଖି ପଚରା ଉଚରା କରୁଛି ।