PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ବିବାହ ପ୍ରତିଶୃତି ଦେଇ ପ୍ରେମିକା ସହ ରଖିଲା ଶାରିରୀକ ସମ୍ପର୍କ… ମନ ଭରିଗଲା ପରେ ପର ପୁରୁଷକୁ ବିକିଦେଲା ଲମ୍ପଟ ପ୍ରେମିକ

ନବରଙ୍ଗପୁର, ୨୦/୦୫ : ହୋଲିରେ ଦେଖା, ଫେସବୁକ୍‌ରୁ କଥାବାର୍ତ୍ତା… ଆଉ ତାପରେ ବଢିଲା ସମ୍ପର୍କ। ଧୀରେଧୀରେ ଭଦ୍ରଚିତ କଥାବାର୍ତ୍ତାରୁ ଆରମ୍ଭ ହେଲା ଅଶ୍ଳୀଳ କଥାବାର୍ତ୍ତା। ବିବାହର ମିଥ୍ୟା ପ୍ରତିଶୃତି ଦେଇ ପ୍ରେମିକ ରଖିଲା ଶାରିରୀକ ସମ୍ପର୍କ। ଆଉ ମନ ଭରିଗଲା ପରେ ପ୍ରେମିକାକୁ ୭୦ ହଜାର ଟଙ୍କାରେ ପର ପୁରୁଷ ହାତରେ ଟେକିଦେଲା ଲମ୍ପଟ ପ୍ରେମିକ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଜୁରାଟରୁ ଉଦ୍ଧାର ହେଲେ ପୀଡ଼ିତା। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନାନୁଯାୟୀ, ଗତ ହୋଲିରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକର ଜଣେ ଯୁବତୀଙ୍କ ସହିତ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ଅମିତ ତାଣ୍ଡି ନାମକ ଜଣେ ଯୁବକଙ୍କ ଦେଖାସାକ୍ଷାତ ହୋଇଥିଲା। ଯୁବକ ଜଣକ ଫେସବୁକ୍‌ରେ ସାଙ୍ଗ ହେବା ବାହାନାରେ ଯୁବତୀଙ୍କ ନାମ ଓ ଫୋନ୍ ନମ୍ବର ନେଇଥିଲେ। କିଛି ଦିନ ଫୋନ୍ ଯୋଗେ ଦୁହିଁଙ୍କ ମଧ୍ୟରେ ଭଦ୍ରଚିତ କଥାବାର୍ତ୍ତା ପରେ ଧୀରେଧୀରେ ଯୁବକ ଜଣଙ୍କ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ପରେ ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ଅମିତ ତାଣ୍ଡି ଜଣେ ଅଜଣା ବ୍ୟକ୍ତି ସହିତ ମିଶି ଯୁବତୀଙ୍କ ଘରେ କେହି ନଥିବା ବେଳେ ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଥିଲେ। ପରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନକୁ ନେଇ ନିଜ ସମ୍ପର୍କୀୟ ଭଉଣୀ ବୋଲି ପରିଚୟ ଦେଇ ବିଭିନ୍ନ ହୋଟେଲ ଓ ଘରେ ରଖି ଧମକଚମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଯୁବତୀ ଜଣଙ୍କ ଯଦି ଏସମ୍ପର୍କରେ ନିଜ ପରିବାରକୁ ଜଣାଇବେ ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ଏଣେ ଝିଅ ନିଖୋଜ ଥିବାରୁ ପୀଡ଼ିତାଙ୍କ ପରିବାର ଲୋକେ ଏପ୍ରିଲ ୨ ତାରିଖ ଦିନ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଫଳରେ ଅମିତ ଯୁବତୀଙ୍କୁ ଧମକ ଦେଇ ତାଙ୍କ ପରିବାର ସହିତ କଥା କରାଇଥିଲେ। ଅମିତଙ୍କ ଈଶାରାରେ ଯୁବତୀ ଜଣଙ୍କ ଅମିତଙ୍କୁ ବିବାହ କରିସାରିଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ସେପଟେ ଯୁବତୀଙ୍କ ଉପରେ ଆରମ୍ଭ ହୋଇସାରିଥିଲା ନିର୍ଯାତନା। ଆରମ୍ଭ ହେଲା ଡିଲ୍। ବହୁ ଦିନ ଧରି ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ଅମିତ ତାଙ୍କୁ ଗୁଜୁରାଟ ନେଇ ସେଠାରେ ଭୂମି ଦିଦି ନାମ୍ନୀ ଏକ ମହିଳାଙ୍କ ନିକଟରେ ବିକ୍ରି ଦେଇଥିଲେ। ସେଠାରେ ଲାଲା ନାମକ ଜଣେ ବ୍ୟକ୍ତି ଯୁବତୀଙ୍କୁ ୭୦ ହଜାର ଟଙ୍କା ଦେଇ କିଣି ନେଇଥିଲେ। ଆଉ ଅମିତ ଯୁବତୀଙ୍କ ଫୋନ୍, ସୁନା, ଟଙ୍କା, ପାସବୁକ ଓ କାର୍ଡ ନେଇ ସେଠାରୁ ଉଭାନ ହୋଇଯାଇଥିଲା।

ଲାଲା ସେଠାରୁ ଯୁବତୀଙ୍କୁ ନିଜ ସହ ଘରକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। ଆଉ ବିରୋଧ କରିବାରୁ ଟଙ୍କା ଦେଇ କିଣିଛି ବୋଲି କହି ଅଧିକାର ସାବ୍ୟସ୍ତ କରିଥିଲେ। ତେବେ ଲାଲା ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ପରେ ପୀଡ଼ିତା ଭୂମି ଦିଦି ନିକଟରେ କାକୁତି ମୀନତି ହେବାରୁ ସେ ଫୋନ୍ ଯୋଗେ ପରିବାର ସହ କଥା କରାଇଦେବେ ବୋଲି କହିଥିଲେ।

ଘଟଣା କ୍ରମେ ଗୋଲମୁଣ୍ଡାର ଦୁଇ ଜଣ ମାରୱାଡି ମହିଳା ସେଠାକୁ ଆସି ଭୂମି ଦିଦିକୁ ୭୦ ହଜାର ଟଙ୍କା ଦେଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ପୀଡ଼ିତାଙ୍କୁ ମେ ୧୪ ତାରିଖରେ ପାପଡ଼ାହାଣ୍ଡି ଥାନାରେ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସମସ୍ତ ଅଭିଯୋଗ ପରେ ପାପଡାହାଣ୍ଡି ପୋଲିସ ଅଭିଯୁକ୍ତ ଅମିତକୁ ଗିରଫ କରି ତାଠାରୁ ଝିଅର ସମସ୍ତ ଜିନିଷକୁ ଜବତ କରିଛି। ଦୋଷୀଙ୍କ ବିରୋଧରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର।

ତେବେ ଏଠି ପ୍ରଶ୍ନ ଉଠୁଛି ଭୂମି ଦିଦି କିଏ ? ଆଉ ସେହି ମାରୱାଡି ମହିଳା ଦୁଇ ଜଣ କିଏ ? ସେମାନେ କାହିଁକି ଯୁବତୀଙ୍କୁ ୭୦ ହଜାର ଟଙ୍କା ଦେଇ ଉଦ୍ଧାର କଲେ ? ତାହା ଏବେ ରହସ୍ୟ ଘେରରେ।