PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

‘ରାସ୍ତା ଚଉଡ଼ା ନାଁରେ ନବୀନ ନିବାସ ସାମ୍ନା ରାସ୍ତା ଘେରାବନ୍ଦୀ’

ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ରାସ୍ତା ଚଉଡା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବଜା କରାଯାଇଛି । ସୁରକ୍ଷା ଆଳରେ ସମଗ୍ର ରାସ୍ତାକୁ ବନ୍ଦ କରି ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୧୬ ମସିହା ଫେବୃଆରୀ ୩ରେ ସରକାରୀ ରାସ୍ତା ପ୍ରଶସ୍ଥିକରଣ ନାଁରେ ନବୀନ ନିବାସ ସାମ୍ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ ସମାନ ପରିମାଣ ଜମିକୁ ଅଦଳବଦଳ କରିବାକୁ ପ୍ରସ୍ତାବ ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୦୧୬ ଅକ୍ଟୋବର ୭ରେ ଏ ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ ପାରିତ କରିବା ପାଇଁ ସୁପାରିସ କଲେ । ଶେଷରେ ୨୦୧୬ ଅକ୍ଟୋବର୨୭ରେ କେନ୍ଦ୍ର କ୍ୟାବିନେଟ୍‌ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଲେ । ଏ ସମ୍ପର୍କରେ ୨୦୧୭ ଏପ୍ରିଲ୍‌ ୧୦ରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ୱାକ୍ଷରିତ କରାଗଲା । ତଦନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡେସିମିଲ୍‌ ଜମି ଦେଲେ ଓ ପ୍ରତି ବଦଳରେ ସାଧାରଣ ପ୍ରଶାସନ ବିଭାଗ ଭୀମପୁର ମୌଜାର ଦୁଇଟି ପ୍ଲଟ୍‌ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲେ । ତେବେ ଜମି ହାତକୁ ଆସିବା ପରେ ରାସ୍ତା ଚଉଡା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବଜା କରାଯାଇଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଏୟାରପୋର୍ଟ ଅଥରିଟି କେନ୍ଦ୍ର କ୍ୟାବିନେଟ୍‌ରେ ଜମି ଦେବା ନିଷ୍ପତ୍ତିକୁ ପାରିତ କରିଥିବା ବେଳେ ରାଜ୍ୟ କ୍ୟାବିନେଟ୍‌ରେ କାହିଁକି ଆଲୋଚନା କରାଗଲା ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଏହାର ଜବାବ ରଖନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର