ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

୬ ବର୍ଷର ଶିଶୁ ସହ ଦୁଷ୍କର୍ମ, ବିସ୍କୁଟ ଖାଇବାକୁ ଦେଇ ଡାକିନେଇଥିଲା ନାବାଳକ

ଟାଙ୍ଗୀ ୦୪/୧୨: ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଖାଇବାକୁ ଦେଇ ଡାକିନେଲା ୧୬ ବର୍ଷର ନାବାଳକ। ପରେ ମୋବାଇଲ ଦେଖାଇରେ ଅଶ୍ଳୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟ ବରଡି ପଞ୍ଚାୟତ ଜୟନ୍ତୀ ପୁର ଗ୍ରାମରେ ଘଟିଛି।

ସୂଚନା ମୁତାକ, ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଧିନସ୍ଥ ଜୟନ୍ତୀ ପୁର ଗ୍ରାମର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ତା ଘରକୁ ଡାକି ନେଇଥିଲ। ସେଠାରେ ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲା। ଫଳରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିବାରୁ ଭୟରେ ଛାଡି ଦେଇଥିଲା ନାବାଳକ। ଶିଶୁ ପୁତ୍ରର ମଳଦ୍ୱାରରୁ ରକ୍ତସ୍ରାବ ହେବା ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ। ଏ ସମ୍ପର୍କ​‌ରେ ଶିଶୁ ପୁତ୍ର ଜଣକ ପରିବାରଲୋକଙ୍କୁ ଜଣାଇଥିଲା। ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରର ଚିକିତ୍ସା ଗତକାଲି ବିଳମ୍ବିତ ରାତିରେ କରାଯାଇଛି। ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଜି ପଠାଯିବ ବୋଲି ଜଣାପଡିଛି।

ଏସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ ପରେ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି। ଘଟଣା ସଂପର୍କରେ ପୋଲିସ୍ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ୍ ଏହି ଘଟଣାର ତଦନ୍ତ ପାଇଁ ଆସୁଥିବା ପୋଲିସ୍ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.