PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସେମିରେ ନାଦାଲ, ଭିଟୋଭା

ମେଲ୍‌ବୋର୍ଣ୍ଣ, ୨୨ା୧(ଏଜେନ୍ସି):ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମରେ ପ୍ରସିଦ୍ଧ ଖେଳାଳି ରାଫେଲ ନାଦାଲଙ୍କ ଆଧିପତ୍ୟ ଜାରି ରହିଛି । ସବୁ ଯୁବ ଖେଳାଳିଙ୍କୁ ପଛରେ ପକାଇ ନାଦାଲ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ରୋଜର ଫେଡେରରଙ୍କୁ ହରାଇଥିବା ଚର୍ଚ୍ଚିତ ଗ୍ରୀସ୍‌ ଖେଳାଳି ଷ୍ଟିଫାନସ ସିସିପାସ୍‌ ସେମିରେ ସ୍ଥାନ ପକ୍କା କରିଥିବା ବେଳେ ମହିଳା ବର୍ଗରେ ପେଟ୍ରା ଭିଟୋଭା, ଓ ଡାନିଏଲା କଲିନ୍ସ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ମହିଳା ସିଙ୍ଗଲ୍ସ: ନବମ ଦିବସରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟମ ସିଡ୍‌ ଭିଟୋଭା ସିଧା ସଳଖ ୬-୧, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଆସଲି ବାର୍ଟିଙ୍କୁ ପରାସ୍ତ କରିଥିଲେ । ମ୍ୟାଚ୍‌ ଆରମ୍ଭରୁ ଭିଟୋଭା ପ୍ରଭାବ ବିସ୍ତାର କରି ଖେଳ ସହଜରେ ପ୍ରଥମ ସେଟ୍‌କୁ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟ୍‌ରେ ବାର୍ଟି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଭିଟେଭାଙ୍କ ଶକ୍ତିଶାଳୀ ରିଟର୍ଣ୍ଣକୁ ସମ୍ନା କରିବା କଷ୍ଟକର ହୋଇଥିଲା । ଏହି ମ୍ୟାଚ୍‌ ଜିତିବା ପାଇଁ ଭିଟୋଭାଙ୍କୁ ୬୮ମିନିଟ୍‌ ଲାଗିଥିଲା ।
ଅନ୍ୟ କ୍ୱାର୍ଟର ଫାଇନାଲ୍‌ରେ ଆମେରିକାର ଅଣସିଡେଡ୍‌ ଖେଳାଳି କଲିନ୍ସ ୨-୬, ୭-୫, ୬-୧ ସେଟ୍‌ରେ ଆନାସ୍ତାସିଆ ପାଲ୍ୟୁଚେନ୍‌କୋଭାଙ୍କୁ ହରାଇଥିଲେ । ମ୍ୟାଚ୍‌ ଆରମ୍ଭରୁ କଲିନ୍ସଙ୍କ ତ୍ରୁଟିର ଫାଇଦା ଉଠାଇ ପାଲ୍ୟୁଚେନ୍‌କୋଭା ପ୍ରଥମ ସେଟ୍‌ ଜିତିଥିଲେ । ଦ୍ୱିତୀୟ ସେଟ୍‌ରେ କଲିନ୍ସ ଲୟକୁ ଫେରିଥିଲେ । ଏଥର ତାଙ୍କୁ ଅଟକାଇବା ସହଜ ନଥିଲା । ପରବର୍ତ୍ତୀ ୨ଟି ଯାକ ସେଟ୍‌ ଜିତି କଲିନ୍ସ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ୨ଘଣ୍ଟା ୧୬ମିନିଟ୍‌ର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ କଲିନ୍ସ୫ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ନାଦାଲ ସିଧା ସଳଖ ୬-୩, ୬-୪, ୬-୨ ସେଟ୍‌ରେ ଫ୍ରାନ୍‌ସିସ ଟିଆଫଏଙ୍କୁ ହରାଇଥିଲେ । ଦ୍ୱିତୀୟ ରାଉଣ୍ଡ୍‌ରେ ପଞ୍ଚମ ସିଡ୍‌ କେଭିନ ଆଣ୍ଡରସନଙ୍କୁ ଓ ଚତୁର୍ଥ ରାଉଣ୍ଡ୍‌ରେ ଗିଗୋର ଦିମିତ୍ରୋଭଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଟିଆଫଏ ପୂର୍ବ ପ୍ରଦର୍ଶନକୁ ଦୋହରାଇ ପାରି ନଥିଲେ । ନାଦାଲଙ୍କ ନିଖୁ ତଥା ତ୍ରୁଟି ହୀନ ଖେଳ ଆଗରେ ତିଷ୍ଠିବା ଟିଆଫଏଙ୍କ ପକ୍ଷରେ ଅସମ୍ଭବ ମନେ ହୋଇଥିଲା । କୌଣସି ସେଟ୍‌ରେ ସେ ନାଦାଲଙ୍କୁ ଚ୍ୟାଲେଞ୍ଜ ଦେଇପାରି ନଥିଲେ । ୧ଘଣ୍ଟା ୪୭ମିନିଟ୍‌ର ମୁକାବିଲାରେ ଟିଆଫଏ ୪ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ ।
ପ୍ରି-କ୍ୱାର୍ଟରରେ ରୋଜର ଫେଡେରରଙ୍କୁ ହରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସିସିପାସ୍‌ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ସ୍ପେନ୍‌ର ରୋବର୍ଟୋ ବୌତିସ୍ତା ଅଗୁଟଙ୍କୁ ୭-୫, ୪-୬, ୬-୪, ୭-୬(୭-୨) ସେଟ୍‌ରେ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ଏଥିସହ ସେ କନିଷ୍ଠ ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନର ସେମି ଫାଇନାଲ୍‌ରେ ପହଞ୍ଚି ରେକର୍ଡ ସ୍ଥାପନ କରିଥିଲେ । ୨୨ତମ ସିଡ୍‌ ଅଗୁଟ୍‌ ଦ୍ୱିତୀୟ ସେଟ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତୃତୀୟ ସେଟ୍‌ରେ ସିସିପାସ୍‌ ସହଜ ବିଜୟ ହାସଲ କରିଥିଲେ । ଚତୁର୍ଥ ସେଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ୬-୬ରେ ସ୍ଥିତି ବରାବର ହେବା ପରେ ଟାଇବ୍ରେକର୍‌ର ସହାୟତା ନିଆଯାଇଥିଲା । ଏଥିରେ ସିସିପାସ୍‌ଙ୍କ ମୁକାବିଲା କରିପାରି ନଥିଲେ ଅଗୁଟ୍‌ । ୩ଘଣ୍ଟା ୧୬ମିନିଟ୍‌ର ଏହି ମୁକାବିଲାରେ ସିସିପାସ୍‌ ୪ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର