ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କେବଳ ଭଗବାନ ହିଁ ଆପଣଙ୍କୁ ବଞ୍ଚାଇ ପାରିବେ

ନୂଆଦିଲ୍ଲୀ, ୭ ।୨(ଏଜେନ୍ସି): ବିହାର ମୁଜାଫରପୁର ଆଶ୍ରୟ ଗୃହ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏ କେ ଶର୍ମା (ଯୁଗ୍ମ ନିର୍ଦ୍ଦେଶକ)ଙ୍କୁ ବଦଳି କରାଯିବା ନେଇ ସୁପ୍ରିମକୋର୍ଟ ଆଜି ଏଜେନ୍ସିର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌. ନାଗେଶ୍ୱର ରାଓଙ୍କୁ ଭର୍ତ୍ସନା କରିଛନ୍ତି । ଏଥିସହ ତାଙ୍କୁ ଓ ଏଥିରେ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ୍‌ ପଠାଇଛନ୍ତି । ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମାମଲାର ମୁକ୍ତ ଓ ନିରପେକ୍ଷ ଶୁଣାଣି ପାଇଁ ଏହାକୁ ବିହାରରୁ ଦିଲ୍ଲୀର ସାକେତ କୋର୍ଟକୁ ସ୍ଥାନାନ୍ତରିତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ୬ ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ବିଚାରପତିଙ୍କୁ କହିଛନ୍ତି ।
ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ଗଠିତ ଟିମ୍‌ ବିହାର ଆଶ୍ରୟ ଗୃହ ମାମଲାର ତଦନ୍ତ କରୁଥିଲା । ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ବଦଳି କରାଯାଇପାରିବ ନାହିଁ ବୋଲି କହିଥିଲେ । କିନ୍ତୁ ଶର୍ମାଙ୍କୁ ଜାନୁଆରୀ ୧୭ ତାରିଖରେ ସିଆରପିଏଫ୍‌ର ଏଡିଜିପି ଭାବେ ବଦଳି କରାଯାଇଥିଲା । ଆଜି ମାମଲାର ଶୁଣାଣି ବେଳେ ସିବିଆଇ ଓକିଲ ଦର୍ଶାଇଥିଲେ କି ଶର୍ମାଙ୍କ ବଦଳି ପଛରେ ରାଓ ଓ ଅନ୍ୟ ଦୁଇଜଣ ଅଫିସରଙ୍କ ହାତ ରହିଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କୁ କହିଥିଲେ ଯେ, ଆମେ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଉଛୁ । ଆପଣମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । କୋର୍ଟର ରାୟ ସହ ଖେଳିଛନ୍ତି । ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ ବଦଳି କରିବା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ । ଆପଣଙ୍କୁ କେବଳ ଭଗବାନ ହିଁ ବଞ୍ଚାଇ ପାରିବେ । ସିବିଆଇରେ ତତ୍କାଳୀନ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଗତବର୍ଷ ଅକ୍ଟୋବର ୨୩-୨୪ରେ ଉଭୟଙ୍କୁ ଛୁଟିରେ ପଠାଇ ଦେଇଥିଲେ । ଏଥିସହିତ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ । ରାଓ ଯେତେବେଳେ ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ତାଙ୍କୁ କୌଣସି ବଡ଼ ନିଷ୍ପତ୍ତି ନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେ କୋର୍ଟଙ୍କୁ ନ ଜଣାଇ ନିଜ ମନଇଚ୍ଛା ଶର୍ମାଙ୍କୁ ବଦଳି କରିଛନ୍ତି ।
ସୂଚନାଯୋଗ୍ୟ ଯେ ବିହାରର ମୁଜାଫରପୁରରେ ଏକ ଆଶ୍ରୟ ଗୃହରେ ବହୁ ଝିଅଙ୍କୁ ବଳାତ୍କାର କରାଯିବା ଓ ଯୌନ ନିର୍ଯାତନା ଦିଆଯାଇଥିବା ଖବର ଗତ ବର୍ଷ ମେ ମାସରେ ସାମ୍ନାକୁ ଆସିଥିଲା । ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନ୍ସର ଏକ ରିପୋର୍ଟରେ ଏହା ପ୍ରକାଶ ପାଇବା ପରେ କେବଳ ବିହାର ନୁହେଁ, ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

Copyright © 2022 - Summa Real Media Private Limited. All Rights Reserved.