PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ୍‌ରେ ଦୁର୍ଘଟଣା, ୪ ଗୁରୁତର: ଆହତ କର୍ମଚାରୀଙ୍କୁ ଭେଟିଲେ ନାଲ୍‌କୋ ଅଧ୍ୟକ୍ଷ

ବଅଁରପାଳ,୨୪/୦୭ : ଅନୁଗୁଳ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ୍‌ର କାଷ୍ଟ୍‌ହାଉସ୍‌-ବି ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ନାଲ୍‌କୋ କର୍ମଚାରୀ ହୋଇଥିବା ବେଳେ ଜଣେ ଠିକା ଶ୍ରମିକ ଓ ଦୁଇ ଜଣ ଆପ୍ରେଣ୍ଟିସ୍‌ ଟ୍ରେନି ବୋଲି ଜଣାପଡ଼ିଛି । ଆହତଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଆଜି ପୂର୍ବାହ୍ନ ୧୧ଟା ୫ ମିନିଟ୍‌ ବେଳେ ସ୍ମେଲଟର୍‌ କାଷ୍ଟ ହାଉସ୍‌-ବି ପରିସରରେ ଥିବା ଇଲେକ୍ଟ୍ରିକାଲ ପ୍ୟାନେଲ୍‌ ରୁମ୍‌ରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ କାମ କରୁଥିବା ଠିକା ଶ୍ରମିକ ବଳରାମପ୍ରସାଦ ଗ୍ରାମର ମିଥୁନ୍‌ ନାଗ, ନାଲ୍‌କୋ କର୍ମଚାରୀ କୁକୁଡ଼ାଙ୍ଗର ରିଙ୍କିନା ସାହୁ, ଆପ୍ରେଣ୍ଟିସ୍‌ ଟ୍ରେନି ଶାଳଗାଡ଼ିଆର ବିଶେଶ୍ୱର ସାମଲ ଓ ବେନ୍ତପୁର ଗ୍ରାମର ରଜନୀକାନ୍ତ ପରିଡ଼ା ଗୁରୁତର ଆହତ ହୋଇଥିଲେ । ନିଆଁ ବିସ୍ଫୋରିତ ହୋଇ ସେମାନଙ୍କ ଉପରେ ପଡ଼ିବାରୁ ପୋଡ଼ି ଯାଇଥିଲେ ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ନାଲ୍‌କୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ନାଲ୍‌କୋ ଅଧିକାରୀ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣାର ଅନୁସନ୍ଧାନ ଜାରି ରହିଛି ।

ନାଲ୍‌କୋ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଆକସ୍ମିକ ଅଗ୍ନିକାଣ୍ଡରେ ଆହତ ହୋଇ ଚିକିତ୍ସାଧୀନ ଥିବା କର୍ମଚାରୀମାନଙ୍କୁ କମ୍ପାନିର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଭେଟିଛନ୍ତି । ଅଘଟଣ ପାଇଁ ସେମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଡ. ଚାନ୍ଦ ଆହତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଭେଟି ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ନାଲ୍‌କୋ ବହନ କରିବ ବୋଲି କହିଛନ୍ତି । ଅପରପକ୍ଷରେ ଅଘଟଣର କାରଣ ଜାଣିବାକୁ କମ୍ପାନି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ।