ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନାଲକୋ ପକ୍ଷରୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ୧୦.୧୦କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

Published By : Gurupada Nath | March 19, 2025 10:44 PM

କୋରାପୁଟ/ ଭୁବନେଶ୍ବର, ୧୯/୩ : ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ସିଏସଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଏବଂ ନିରନ୍ତର ବିକାଶ ପ୍ରତି ପ୍ରତିବଦ୍ଧତାର ଅଂଶ ସ୍ବରୂପ, କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ୧୦କୋଟି ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ନିରଞ୍ଜନ ସାମଲଙ୍କ ସହ କମ୍ପାନୀର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଆଶୁତୋଷ ରଥ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କୁ ଭେଟି ଏହି ଚେକ ଆଜି ପ୍ରଦାନ କରିଛନ୍ତି । ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ତଥା ଡିନ ଏବଂ ପ୍ରିନ୍ସିପାଳ ପ୍ରଫେସର ସୁଶାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ନାଳକୋର ସିଏସଆର ଶାଖା ‘ନାଲକୋ ଫାଉଣ୍ଡେସନ’ ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ଅର୍ଥ ରାଶି ହସ୍ପିଟାଲର ବିଭିନ୍ନ ବିଭାଗରେ ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ସୁବିଧା ଏବଂ ଉନ୍ନତ ଚିକିତ୍ସା ଉପକରଣ କ୍ରୟ ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହୃତ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.