ପୁରୀ,୨୬/୦୩: ବିଳମ୍ବିତ ରାତିରେ ଟାଉନ୍‌ ଥାନା ଅଧୀନ ଶ୍ରୀକୃଷ୍ଣ ସିନେମା  ହଲ୍‌ ଗଳିରେ ନାଲିଟୋପା ଗ୍ୟାଙ୍ଗ ଆତଙ୍କ ରଚିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ନାବାଳକଙ୍କୁ ସଂଘବଦ୍ଧ  ଭାବେ ଆକ୍ରମଣ  କରିଛନ୍ତି । ଖଣ୍ଡାରେ ନାବାଳକଙ୍କ ମୁଣ୍ଡ,  ମୁହଁ ଓ ଦୁଇ ହାତକୁ  ହାଣି ପକାଇଛନ୍ତି ।  ଖବରପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିସିଆର୍‌  ସହାୟତାରେ ନାବାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।  ନାବାଳକଙ୍କ ନାମ ନୃସିଂହ ସାମର୍ଥା(୧୭) । ତାଙ୍କ ଘର ମାଟିତୋଟା ପ୍ରଧାନ ସାହି ।   

ନାବାଳକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ନାଲିଟୋପା ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତ ଥିବା ସେ ପୁଲିସକୁ କହିଛନ୍ତି । ପୁଣି ନାଲିଟୋପା ଗ୍ୟାଙ୍ଗ ସହରରେ ଆତଙ୍କ ରଚିଥିବାରୁ ପୁଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି । ପୁଲିସ ଘଟଣାରୁ ଛାନ୍‌ଭିନ୍‌ ଆରମ୍ଭ କରିଛି ।