PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

‘ସୁପ୍ରିମକୋର୍ଟଙ୍କ ଉପରେ ଆଉ ଭରସା ନାହିଁ’ , କପିଲ ସିବଲଙ୍କ ବୟାନ ଇପରେ ଆରମ୍ଭ ହୋଇଛି ବିବାଦ, ବରିଷ୍ଠ ଓକିଲଙ୍କ ଟାର୍ଗେଟ

pic- NDTV

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କିଛି ସଦ୍ୟ ରାୟକୁ ନେଇ ବରିଷ୍ଠ ଓକିଲ କପିଲ ସିବଲଙ୍କ ବିବାଦିୟ ବୟାନ ପରେ ଆରମ୍ଭ ହୋଇଛି ରାଜନୀତି। ଏନେଇ ବିଜେପି ନେତା ଓ ସୁପ୍ରିମକୋର୍ଟ ଓକିଲ ନଲୀନ କୋହଲି କପିଲ ସିବଲଙ୍କୁ ଟାର୍ଗେଟ କରିଛନ୍ତି। ସିବ୍ବଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିକଟରୁ ଆଉ କୌଣସି ଭରସା ରଖିହେବ ନାହିଁ। ଗୁଜୁରାଟ ଦଙ୍ଗାରେ ଏସଆଇଟିକୁ କ୍ଲିନ୍‌ ଚିଟ୍‌ ଦେବା ଉପରେ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକା ଖାରଜ କରିବା ଓ ମନି ଲଣ୍ଡରିଂ ଆଇନର ନିୟମାବଳୀକୁ ସମର୍ଥନ କରିବା ଉପରେ ମଧ୍ୟ ସିବଲ ଆଲୋଚନା କରିଛନ୍ତି।    

ସିବଲ କହିଛନ୍ତି, ସୁପ୍ରିମକୋର୍ଟରେ ୫୦ ବର୍ଷ ଯାଏ ଅଭ୍ୟାସ କରିବା ପରେ ମଧ୍ୟ କୋର୍ଟରୁ ଆଉ କୌଣସି ଭରସା ରଖିହେଉ ନାହିଁ। କପିଲ ସିବଲ ଏକ ପିପୁଲ୍ସ ଟ୍ରିବ୍ୟୁନାଲରେ ଏଭଳି କହିଛନ୍ତି। ଅଗଷ୍ଟ ୬ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା କ୍ୟାମ୍ପିଲ ଫର ଜୁଡିସିଆଲ୍ ଆକାଉଣ୍ଟେବିଲିଟି ଆଣ୍ଡ ରିଫର୍ମ (ସିଜେଆର), ପିପୁଲ୍ସ ୟୁନିଅନ୍ ଫର ସିଭିଲ୍ ଲିବର୍ଟିସ୍ (ପିୟୁସିଏଲ୍) ଏବଂ ନ୍ୟାସନାଲ୍ ଆଲାୟନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟସ୍ (NAPM) ଦ୍ୱାରା “ଜୁଡିସିଆଲ୍ ରୋଲବ୍ୟାକ୍ ଅଫ୍ ସିଭିଲ୍ ଲିବର୍ଟିସ୍” । ଟ୍ରିବ୍ୟୁନାଲର ଫୋକସ୍‌ ରହିଥିଲା ଗୁଜୁରାଟ ଦଙ୍ଗା (୨୦୦୨) ଏବଂ ଛତିଶଗଡ ଆଦିବାସୀ ଜନଶୁଣାଣି (୨୦୦୯) ଉପରେ ସୁପ୍ରିମକୋର୍ଟଙ୍କ ୨୦୨୨ର ରାୟ। ସିବ୍ବଲ କହିଛନ୍ତି ଯେ ସ୍ୱାଧୀନତା ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ଅଧିକାରୀ ପାଇଁ ଛିଡ଼ା ହେବା ଓ ସ୍ୱାଧୀନତା ପାଇଁ ଦାବି କରିବା।

ଏନେଇ ନଲୀନ କୋହଲି କହିଛନ୍ତି, ଏକ ଜଜ୍‌ମେଣ୍ଟରେ ତାଙ୍କ ଅସହମତି ଯଦି ହେଉଛି ତେବେ କପିଲ ସିବଲ ନିଜ ବିଚାର ରଖିପାରିବେ। ହେଲେ ପୂରା ସଂସ୍ଥାକୁ ଟାର୍ଗେଟ କରିବା ଠିକ୍‌ ହେବ ନାହିଁ। କୋଟି କୋଟି ଲୋକ ଏହି ଦେଶରେ ସୁପ୍ରିମକୋର୍ଟଙ୍କୁ ଭରସା କରୁଛନ୍ତି।