PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପୋଲିଂ ବୁଥରେ ‘ନମୋ ଫୁଡ୍’ ପ୍ୟାକେଟ ବଣ୍ଟନ ନେଇ ବିବାଦ, ଜାଣନ୍ତୁ ପ୍ରକୃତ ଘଟଣା…

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ ପାଖ ନଏଡାରେ ଏକ ପୋଲିଂ ବୁଥ୍‌ରେ ‘ନମୋ’ ଖାଦ୍ୟ ପୁଡ଼ିଆ ବଣ୍ଟନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏବେ ଏହି ଖବର ସୋସିଆଲ ମିଡିଆରେ ମଧ୍ୟ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଏଡାର ସେକ୍ଟର ୧୫-ଏ ପୋଲିଂ ବୁଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ମୁତୟନ ଥିବା ପୋଲିଂ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଏହି ଖାଦ୍ୟ ପୁଡ଼ିଆ ଏକ ରାଜନୈତିକ ଦଳ ପକ୍ଷରୁ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି। ବୁଥ୍‌ରେ ଉପସ୍ଥିତ ଥିବା କିଛି ଲୋକ ବିରୋଧ କରିଥିଲେ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏବେ ଏହି ମାମଲାରେ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧକାରୀ ଭେଙ୍କଟେଶ୍ବର ଲୁ ନଏଡାର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି।  

source: https://aajtak.intoday.in

ଏହି ମାମଲାରେ ଗୌତମ ବୁଦ୍ଧ ନଗରର ବରିଷ୍ଠ ପୋଲିସ ଏସ୍‌ପି ବୈଭବ କ୍ରିଷ୍ଣା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି କୌଣସି ସୁରକ୍ଷା କର୍ମୀ ଏବଂ ପୁଲିସ କର୍ମଚାରୀଙ୍କୁ କୌଣସି ରାଜନୈତିକ ଦଳ ପକ୍ଷରୁ ଏଭଳି ଖାଦ୍ୟ ପୁଡ଼ିଆ ଦିଆଯାଇ ନାହିଁ। କିଛି ଲୋକ ଗୁଜବ ଏବଂ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି।  ସୁରକ୍ଷା କର୍ମୀ ଏବଂ ପୁଲିସ କର୍ମଚାରୀଙ୍କ ଖାଇବା ପାଇଁ ନିକଟରେ ଥିବା ଏକ ଦୋକାନରୁ ଖାଦ୍ୟ ଆସିଥିଲା, ଯେଉଁ ଦୋକାନର ନାମ ନମୋ ଫୁଡ୍‌ କର୍ନର ଥିଲା।  ନମୋ ଖାଦ୍ୟ ପୁଡିଆକୁ ନେଇ  ସୃଷ୍ଟି ହୋଇଥିବା ବିବାଦକୁ ନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବି.ଆର. ତିୱାରୀ କହିଛନ୍ତି, ଏ ସମ୍ପର୍କରେ ଗଣମାଧ୍ୟମରୁ ସୂଚନା ପାଇଛି। କିନ୍ତୁ ସେଠାରେ ନମୋ ଫୁଡ୍‌ କର୍ନର ନାମରେ ଏକ ୧୦ ବର୍ଷର ପୁରୁଣା ଦୋକାନ ରହିଛି। ଗଣମାଧ୍ୟମରେ ଏହାକୁ ଭିନ୍ନ ଅର୍ଥରେ ଦେଖଯାଉଛି।

ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନମୋ ବୋଲି କୁହାଯା,। ନମୋ ଚା, ନମୋ ଟିଭି, ନମୋ ଟି-ଶାର୍ଟ ଆଦି ପ୍ରଚାର ଉଦ୍ଦେଶ୍ୟରେ ବିଜେପି ତରଫରୁ ବ୍ୟବହାର କରାଯାଇଥାଏ। ତେଣୁ ଏହି ‘ନମୋ ଫୁଡ୍‘ ପ୍ୟାକେଟର  ବିଜେପି ସହ  ଲିଙ୍କ୍ ଥିବା ନେଇ ସନ୍ଦେହ କରାଯାଇଥିଲା। ଯାହାକୁ ନେଇ ନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଟ୍ରୋଲ ହୋଇଛି। ଏହି ଘଟଣା ନେଇ ଜଣେ ଟ୍ବିଟର ୟୁଜର କହିଛନ୍ତି ନଏଡା ସେକ୍ଟର-୨ରେ ଥିବା ଏହି ଫୁଡ୍ କର୍ନର ଜୋମିଟୋରେ ଉପଲବ୍ଧ। ପ୍ୟାକେଟରେ ମୋଦି କିମ୍ବା ବିଜେପି ଲେଖା ହୋଇନି। ନମ ଶିବାୟ ବଦଳରେ ଫୁଡ୍ କର୍ନରର ନାମ ‘ନମୋ’ ଲେଖା ଯାଇଛି। ଏହା ସହିତ ମୋଦିଙ୍କର କୌଣସି ସମ୍ପର୍କ ନାହିଁ।