ବ୍ୟବସାୟୀଙ୍କୁ ହନିଟ୍ରାପ୍ରେ ଫସାଇ ୮୦ ଲକ୍ଷ ଲୁଟିଛନ୍ତି ଦିଲ୍ଲୀର ଏହି ଜଣାଶୁଣା ୟୁଟ୍ୟୁବର, ବଳାତ୍କାର ମାମଲାରେ ସମ୍ପୃକ୍ତ କରିବାକୁ ଦେଇଥିଲେ ଧମକ…

ନୂଆଦିଲ୍ଲୀ: ଦିଲ୍ଲୀର ଜଣାଶୁଣା ୟୁଟ୍ୟୁବର ନମ୍ରା କାଦିରଙ୍କୁ ପୋଲିସ ଗିରଫ କରିଛି । ନମ୍ରା ଜଣେ ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବର୍ ନମ୍ରା ଜଣେ ବ୍ୟବସାୟୀଙ୍କ ଠାରୁ ହନିଟ୍ରାପରେ ଫସାଇ ୮୦ ଲକ୍ଷ ଟଙ୍କା ଆଣିଛନ୍ତି । ୟୁଟ୍ୟୁବର୍ ଏକ ଘରୋଇ କମ୍ପାନୀର ମାଲିକଙ୍କୁ ବଳାତ୍କାର ମାମଲାରେ ସମ୍ପୃକ୍ତ କରିବାକୁ ଧମକ ଦେଇଥିଲେ । ଏହି ମାମଲାରେ ନମ୍ରା ମଧ୍ୟ ତାଙ୍କ ଅପରାଧକୁ ସ୍ବିକାର କରିଛନ୍ତି ।
ପୋଲିସ କହିଛି ଯେ, ନମ୍ରା କାଦିରଙ୍କୁ ସୋମବାର ଜାତୀୟ ରାଜଧାନୀରୁ ଗିରଫ କରାଯାଇଥିଲା ଏବଂ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ପଠାଯାଇଛି । ଏହି ମାମଲାରେ କାଦିରଙ୍କ ସ୍ୱାମୀ ତଥା ସହ-ଅଭିଯୁକ୍ତ ମନୀଷ ଓରଫ ବିରାଟ ବେନିୱାଲ ବର୍ତ୍ତମାନ ଫେରାର ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଚଢାଉ କରାଯାଉଛି ।
ୟୁଟ୍ୟୁବରେ ୨୨ ବର୍ଷୀୟ ନମ୍ରା କାଦିରଙ୍କ ୬.୧୭ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଅଭିଯୋଗ ଅନୁସାରେ, ତାଙ୍କ ବିରୋଧରେ ଅଗଷ୍ଟରେ ବାଦଶାହପୁରର ୨୧ ବର୍ଷୀୟ ଦୀନେଶ ଯାଦବ ଅଭିଯୋଗ ଆଣିଥିଲେ ।