ମୁମ୍ୱାଇ,୦୬/୧୨: ବହୁ ପ୍ରତୀକ୍ଷିତ ଫିଲ୍ମ 'ଅଖଣ୍ଡା ୨'ର ରିଲିଜ ସ୍ଥଗିତ । ଗତକାଲି ଏହି ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବାର ଥିଲା ହେଲେ ପ୍ରଥମେ ଫିଲ୍ମର ପ୍ରିମିୟର ଶୋ' ବାତିଲ କରିଛନ୍ତି ନିର୍ମାତା । ଗତକାଲି ୪ ତାରିଖ ବିଳମ୍ବିତ ରାତିରେ, ନିର୍ମାତାମାନେ ହଠାତ୍ ଘୋଷଣା କରିଛନ୍ତି ଯେ ଫିଲ୍ମର ମୁକ୍ତିଲାଭ ସ୍ଥଗିତ ରଖାଯାଇଛି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେବା ସହ କ୍ଷମା ମାଗିଛନ୍ତି ।

ପ୍ରିମିୟର ଶୋ' ବାତିଲ ହେବା ପରେ ପ୍ରଯୋଜନା ସଂସ୍ଥା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଥିଲା ଯେ ଫିଲ୍ମର ରିଲିଜ ସ୍ଥଗିତ ରଖାଯାଇଛି। ନିର୍ମାତାମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ପୋଷ୍ଟରେ ଲେଖିଛନ୍ତି, "ଆମେ ଆପଣଙ୍କୁ ଜଣାଇବାକୁ ଦୁଃଖିତ ଯେ 'ଅଖଣ୍ଡା ୨' ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟ ଅନୁଯାୟୀ ମୁକ୍ତିଲାଭ କରିପାରିବ ନାହିଁ। ଏହା ଆମ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ । ଏହା ଫିଲ୍ମ ପାଇଁ ଅପେକ୍ଷା କରିଥିବା ପ୍ରତ୍ୟେକ ପ୍ରଶଂସକ ଏବଂ ଫିଲ୍ମ ପ୍ରେମୀଙ୍କ ପାଇଁ ଯେ ନିରାଶା ସୃଷ୍ଟି କରୁଛି ତାହା ଆମେ ପ୍ରକୃତରେ ବୁଝିପାରୁଛୁ । ଆମେ ଏହି ମାମଲାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛୁ । ଅସୁବିଧା ପାଇଁ ଆମେ ଦୁଃଖିତ ।

ପ୍ରକାଶ ଥାଉକି, ପୂର୍ବରୁ, ଏହି ଫିଲ୍ମର ପ୍ରିମିୟର ଶୋ’ଗୁଡ଼ିକୁ ମଧ୍ୟ ବାତିଲ କରାଯାଇଥିଲା । ନିର୍ମାତାମାନେ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଥିଲେ । ତା’ପରେ ନିର୍ମାତାମାନେ ଘୋଷଣା କରିଥିଲେ, "ଯାନ୍ତ୍ରିକ ସମସ୍ୟା ଯୋଗୁଁ ଆଜି 'ଅଖଣ୍ଡା ୨' ପ୍ରିମିୟର ବାତିଲ କରାଯାଇଛି । ଆମେ ଆମର ସର୍ବୋତ୍ତମ ଚେଷ୍ଟା କରିଛୁ, କିନ୍ତୁ କିଛି କାରଣ ଆମ ନିୟନ୍ତ୍ରଣ ବାହାରେ । ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।"ତେବେ 'ଅଖଣ୍ଡା ୨: ତାଣ୍ଡବମ୍' ମୁଖ୍ୟ ଭୂମିକାରେ ନନ୍ଦାମୁରୀ ବାଳକୃଷ୍ଣ, ସଂଯୁକ୍ତା ଏବଂ ଆଧି ପିନିସେଟ୍ଟି ନଜର ଆସିବେ । ବାୟୋପତି ଶ୍ରୀନୁଙ୍କ ଦ୍ୱାରା ନିର୍ଦ୍ଦେଶିତ, ଏହା ତେଜସ୍ୱିନୀ ନନ୍ଦାମୁରୀଙ୍କ ଦ୍ୱାରା ପ୍ରଯୋଜିତ ୧୪ ରିଲ୍ସ ପ୍ଲସ୍ ବ୍ୟାନରରେ ରାମ ଆଚାଣ୍ଟା ଏବଂ ଗୋପୀ ଆଚାଣ୍ଟା ଦ୍ୱାରା ନିର୍ମିତ । ଥମାନ, ସି ରାମପ୍ରସାଦ ସଙ୍ଗୀତ ରଚନା କରିଥିବା ବେଳେ ସନ୍ତୋଷ ଡି ଡିଟେକ୍ ଙ୍କ ସିନେମାଟୋଗ୍ରାଫି ଓ ତାମିରାଜୁଙ୍କ ଦ୍ୱାରା ସମ୍ପାଦିତ କରିଛନ୍ତି ।