ଭୁବନେଶ୍ୱର ୨୯/୧୨: ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ନୂଆ ଜନ୍ତୁର ନାଁ ଘୋଷଣା କଲେ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆ ଅରୁଣ, ଅର୍ଜୁନ। ଧଳା ବାଘୁଣୀ ମୌସୁମୀ ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନ, ସିଂହ ରେବା ଛୁଆ ରକି, ମାଈ ଛୁଆ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଛୁଆ ଶ୍ରେୟା। ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆ ଇସାନ, ହିମାଳୟ କଳାଭାଲୁ ମନିର ମାଈଛୁଆ ସୁଭଦ୍ରା ଦେଇଛନ୍ତି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପାର୍କରେ ନୂତନ ଯୋଡାଗୁଡ଼ିକ ଉଦ୍‌ଘାଟନ୍ କରିଥିଲେ। ଏଥିସହିତ ଉତ୍ତର-ପୂର୍ବ ପାନୋରାମା। ସିଭେଟ୍ ବିଲେଇ ଏନକ୍ଲୋଜର, କାଚ-ସମ୍ମୁଖ ଚିତାବାଘ ଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜୀ ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସଂରକ୍ଷଣ ସୁବିଧା, ଓଟର, ରାଟେଲ ଏବଂ ସ୍ଲଥ୍ ବିୟର ପାଇଁ ଏନକ୍ଲୋଜର ଉଦ୍‌ଘାଟନ୍ ହୋଇଛି।