PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ନନ୍ଦନକାନନ ବୁଲିଲେ ମୁଖ୍ୟମନ୍ତ୍ରୀଙ୍କ ଝିଆରୀ

ବାରଙ୍ଗ,୬/୭ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝିଆରୀ ଗାୟତ୍ରୀ ପଟ୍ଟନାୟକ ମଙ୍ଗଳବାର ନନ୍ଦନକାନନ ପରିଭ୍ରମଣରେ ଆସିଥିଲେ । ଗାୟତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ । ସେ ସପରିବାର ଲଣ୍ଡନରେ ରହୁଛନ୍ତି ଓ ଏବେ ଓଡ଼ିଶା ବୁଲିବାକୁ ଆସିଛନ୍ତି ।

ମଙ୍ଗଳବାର ସକାଳ ସାଢ଼େ ୭ଟାରେ ଗାୟତ୍ରୀ ନନ୍ଦନକାନନରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ପୁଅ । ପ୍ରାଣୀ ଉଦ୍ୟାନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନିଆଯାଇଥିଲା । ସେ ପ୍ରଥମେ ଗେଷ୍ଟହାଉସ୍‌ରେ କିଛି ସମୟ ବିଶ୍ରାମ ନେଇଥିଲେ । ପରେ ବ୍ୟାଟେରି ଗାଡ଼ିରେ ପ୍ରାଣୀ ଉଦ୍ୟାନର ବିଭିନ୍ନ ଖୁଆଡ଼ ବୁଲି ବାଘ, ସିଂହ ଛୁଆ, ମହାବଳ ବାଘ କୁନ୍ଦନ, କଲରାପତରିଆ ବାଘ, ଧଳା ଓ କଳା ବାଘ, ଜିରାଫ ଦେଖିଥିଲେ ।

ନନ୍ଦନକାନନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମା’ପୁଅ ବେଶ୍‌ ପସନ୍ଦ କରିଥିଲେ । ଶେଷରେ କାଞ୍ଜିଆ ହ୍ରଦର ମନଲୋଭା ଦୃଶ୍ୟ ଉପଭୋଗ କରିଥିଲେ । ନିକଟରେ ଥିବା ଜଳହସ୍ତୀ ଖୁଆଡରେ ସକାଳୁ ଜନ୍ମ ହୋଇଥିବା ଏକ ନବଜାତ ଶାବକ ତା’ ମା ସହିତ ଜଳକ୍ରୀଡ଼ା କରିବାର ଦୃଶ୍ୟ ଦେଖି ଆନନ୍ଦିତ ହୋଇ ତାଳି ମାରିଥିଲେ । ପରିଦର୍ଶନ ସମୟରେ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର, ଏସିଏଫ, ରେଞ୍ଜର, ବାୟୋଲୋଜିଷ୍ଟ ଓ ଶିକ୍ଷାଧିକାରୀ ମିଲନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଖୁଆଡରେ ଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ।