ବାରଙ୍ଗ,୦୪/୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୦୦ ନମ୍ବର  ଖୁଆଡ଼ରେ ପର୍ଯ୍ୟଟକ ଗୁରୁବାର ୩ଟି ଜିରାଫ ଦେଖିଛନ୍ତି । ଗତ  ଅଗଷ୍ଟ ମାସରେ ଅଦଳ ବଦଳ ପ୍ରକ୍ରିୟାରେ ଆଲିପୁର ଚିଡ଼ିଆଖାନାରୁ  ୨ଟି ଛୁଆ ଜିରାଫ ଅଣାଯାଇଥିଲା । ଦୁଇଜଣଙ୍କୁ ୧୦୦ ନମ୍ବର ଖୁଆଡ଼  ପଛ କଡ଼ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏହି ଖୁଆଡ଼ ସମ୍ମୁଖରେ  ପୂର୍ବରୁ ଜିରାଫ ‘ଖୁସି' ରହୁଥିଲା । ଏବେ ନୂଆ ଆସିଥିବା ଦୁଇ  ଜିରାଫଙ୍କୁ ଖୁସି ସହ ମିଶାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।  ପର୍ଯ୍ୟଟକ ପୂର୍ବରୁ ଗୋଟିଏ ଜିରାଫ "ଖୁସି'କୁ ଦେଖୁଥିଲେ ।  ଆଜିଠୁ ଆଉ ଦୁଇ ଛୋଟ ଜିରାଫ ଦେଖି ଖୁସି ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗଲା  ସେପ୍ଟେମ୍ବର ୨ ତାରିଖରେ ଅଦଳ ବଦଳ ପ୍ରକ୍ରିୟାରେ କୋଲକାତାର  ଆଲିପୁର ଚିଡ଼ିଆଖାନାରୁ ଦୁଇଟି (୧ ବର୍ଷ ୫ ମାସର ଅଣ୍ଡିରା ଓ ୧୧  ମାସର ମାଈ) ଜିରାଫ ଅଣାଯାଇଥିଲା । ଆସିବା ପରେ ସେମାନଙ୍କୁ  ଜିରାଫ ଖୁଆଡ଼ ପଛ ପାଶ୍ୱର୍ରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।