ନୂଆଦିଲ୍ଲୀ ୨୫/୦୫: ବିଶ୍ୱ ସୁନ୍ଦରୀ ମୁକୁଟଠୁ ଅଳ୍ପ ଦୂରରେ ତେଲଙ୍ଗାନାର ଫେମିନା ମିସ୍‌  ଇଣ୍ଡିଆ-୨୦୨୩ ନନ୍ଦିନୀ ଗୁପ୍ତା । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଶୀର୍ଷ ୨୪  ପ୍ରତିଯୋଗୀଙ୍କ ମଧ୍ୟରେ ତାଙ୍କୁ ଚୟନ କରାଯାଇଛି । ପ୍ରତିଯୋଗିତାରେ   ପ୍ରତିନିଧିତ୍ୱ କରିଥିବା ୧୦୮ ଦେଶ ମଧ୍ୟରୁ ବିଭିନ୍ନ ପ୍ରତିଭା ଓ ବ୍ୟକ୍ତିତ୍ୱ  ରାଉଣ୍ଡ୍‌ରେ ପ୍ରଦର୍ଶନ ଆଧାରରେ ମାତ୍ର ୨୪ ପ୍ରତିଯୋଗୀଙ୍କୁ  ଶର୍ଟଲିଷ୍ଟ୍‌ କରାଯାଇଛି । 

ଆସନ୍ତା ଶୁକ୍ରବାର ତେଲଙ୍ଗାନାରେ  ଅନୁଷ୍ଠିତ ହେବ ବିଶ୍ୱ ସୁନ୍ଦରୀ-୨୦୨୫ ପ୍ରତିଯୋଗିତା । ଏଥିରେ  ୨୪ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ଗ୍ରାଣ୍ଡ୍‌ ଫିନାଲେକୁ   ଯିବେ । ସେମାନଙ୍କ ମଧ୍ୟରୁ ଜଣେ ଚଳିତ ବର୍ଷର ବିଶ୍ୱ  ସୁନ୍ଦରୀ ମୁକୁଟର ଅଧିକାରିଣୀ ହେବେ । ବିଶ୍ୱ ସୁନ୍ଦରୀ  ପ୍ରତିଯୋଗିତାରେ ନନ୍ଦିନୀ ଗୁପ୍ତାଙ୍କ ଏଣ୍ଟ୍ରି ଭାରତ ପାଇଁ  ଗୌରବ ଆଣିଦେଇଛି । ନିଜର ପ୍ରତିଭା ଏବଂ ଦେଶର  ସାଂସ୍କୃତିକ ଗୌରବକୁ ସେ ଏହି ସମ୍ମାନାସ୍ପଦ ବୈଶ୍ୱିକ  ମଞ୍ଚରେ ଉପସ୍ଥାପନ କରିବେ । ଭାରତରେ ପ୍ରଥମ ଥର  ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଥିବାରୁ  ଦେଶବାସୀଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ରହିଛି ।