PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

‘ନାଓକାଷ୍ଟ ଓ ପାଣିପାଗ ସେବା’ କର୍ମଶାଳା: ୨୦୨୧ ସୁଦ୍ଧା ବ୍ଲକୱାରୀ ପାଣିପାଗ ସୂଚନା

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଏଣିକି ଖାଲି ରାଜ୍ୟ କିମ୍ବା ଜିଲ୍ଲାସ୍ତରର ପାଣିପାଗର ସୂଚନା ସୀମିତ ରହିବନି । ଏକ ନିର୍ଦ୍ଧିଷ୍ଟ ବ୍ଲକରେ ମଧ୍ୟ ପାଣିପାଗକୁ ନେଇ ପୂର୍ବାନୁମାନ କରିହେବ । ଫଳରେ ସେଠାକାର ଚାଷୀମାନେ ଆସନ୍ନ ବିପତ୍ତି ସମ୍ପର୍କରେ ଆଗୁଆ ସତର୍କ ହୋଇପାରିବେ । ଫସଲହାନୀରୁ ମଧ୍ୟ ରକ୍ଷା ମିଳିପାରିବ । ଏଭଳି ବ୍ଲକୱାରି ପାଣିପାଗ ସୂଚନା ବ୍ୟବସ୍ଥା ପ୍ରଚଳନର ଯୋଜନା ରଖିଛି ଓଡି଼ଶା ପାଣିପାଗ ବିଭାଗ । ଆସନ୍ତା ୨୦୨୦-୨୧ ସୁଦ୍ଧା ଏହି ବ୍ୟବସ୍ଥା ସବୁ ବ୍ଲକରେ ଲାଗୁ କରିବାକୁ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗ ଅଧ୍ୟକ୍ଷ ଏଚ୍‌ ଆର ବିଶ୍ୱାସ କହିଛନ୍ତି, ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଟକ ଜିଲ୍ଲାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ପରେ ସବୁ ଜିଲ୍ଲାରେ ଲାଗୁ ହେବ । ଡିଷ୍ଟ୍ରିକ୍ଟ ଲେଭେଲ ଫିଲ୍ଡ ୟୁନିଟ୍‌ ଭଳି ଏହା କାର୍ଯ୍ୟ କରିବ । ପ୍ରତି ବ୍ଲକକୁ ଫୋକସ୍‌ କରି ସେଠାକାର ପାଣିପାଗ ସମ୍ପର୍କରେ ସୂଚନା ଦେଇହେବ । ଆସନ୍ନ ବିପତ୍ତି ଉପରେ ପୂର୍ବାନୁମାନ କରିହେବ । ବିପତ୍ତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରୁ ଫସଲ ନଷ୍ଟକୁ କମାଯାଇପାରିବ । କୃଷି ବିଜ୍ଞାନ କେନ୍ଦ୍ର ସହଭାଗିତାରେ ଏହି ବ୍ୟବସ୍ଥା ଲାଗୁ ହେବ ।

ସେହିପରି ବର୍ଷେ ମଧ୍ୟରେ ନୂଆ ୬ଟି ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଛି । ରାଣିତାଲ ଓ ଚିପିଲିମାକୁ ବାଦ୍‌ ଦେଇ ମାଲକାନିଗିରି, ଢ଼େଙ୍କାନାଳର ମହିଁଷାଖାଲ, କେଉଁଝର, ସିମିଳିଗୁଡା, ସୁନ୍ଦରଗଡ କେରେଇ, ଭବାନୀପାଟଣାଠାରେ ନୂଆ ୟୁନିଟ୍‌ଗୁଡି଼କ କାର୍ଯ୍ୟକ୍ଷମ ହେଲାଣିି । ଆଗକୁ ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ଏବଂ ଜି ଉଦୟଗିରିରେ ଦୁଇଟି ନୂଆ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରହିଛି । ଏହାଦ୍ୱାରା ପାଣିପାଗ ସୂଚନାର ବ୍ୟବସ୍ଥା ଦୃଢ଼ ହୋଇପାରିବ ।

ବାତ୍ୟା, ଗ୍ରୀଷ୍ମପ୍ରବାହର ବହୁ ପୂର୍ବରୁ ଏସବୁ ବିପତ୍ତିର ପୂର୍ବାନୁମାନ କରି ହେଉଛି । ହେଲେ ବଜ୍ରପାତ ଭଳି ବିପତ୍ତିକୁ ଠଉରେଇବା ପାଇଁ ହାତରେ ବହୁତ କମ୍‌ ସମୟ ଥାଏ । ଏଭଳି କମ୍‌ ଘଣ୍ଟା ପାଇଁ ପୂର୍ବାନୁମାନ ତଥା (ନାଓକାଷ୍ଟ)ର ମଧ୍ୟ ବେଶ ଗୁରୁତ୍ୱ ରହିଛି । ବଜ୍ରପାତ ଯୋଗୁଁ ପ୍ରତିବର୍ଷ ୪ ଶହ ଜଣଙ୍କ ଜୀବନହାନୀ ହେଉଛି । ଏହି ପ୍ରକ୍ରିୟାକୁ ପ୍ରସାର କରାଗଲେ,ଏହି ମୃତ୍ୟୁହାର କମିପାରିବ । ଏହି ଲକ୍ଷ୍ୟରେ ଆଜି ଓଡି଼ଶା ପାଣିପାଗ ବିଭାଗ ପକ୍ଷରୁ ‘ନାଓକାଷ୍ଟ ଆଣ୍ଡ ପାଣିପାଗ ସେବା’ ଏକ କର୍ମଶାଳା ଆୟୋଜିତ ହୋଇଥିଲା ।

ଏହାକୁ ଅଧ୍ୟକ୍ଷତା କରି ବିଭାଗୀୟ ମୁଖ୍ୟ ଶ୍ରୀ ବିଶ୍ୱାସ କହିଥିଲେ, ଏହି ବ୍ୟବସ୍ଥା ପାଇଁ ରାଡାର କିମ୍ବା ସାଟେଲାଇଟ୍‌ଠୁ ଅଧିକ ଗାଣିତିକ ପାଣିପାଗ ଉତ୍ପାଦ ଉପରେ ନିର୍ଭରଶୀଳ କରିବାକୁ ପଡୁଛି । ସ୍ୱଳ୍ପ ସମୟ ପାଇଁ ପାଣିପାଗର ଅନୁମାନ କରିବା ନିହାତି ଭାବେ କଷ୍ଟକର କାର୍ଯ୍ୟ । ଖୁବ୍‌ କମ୍‌ ସମୟରେ ଏନେଇ ତତ୍‌କ୍ଷଣାତ ଓ ନିର୍ଭୁଲ ଅନୁମାନ କରିବାକୁ ପଡି଼ଥାଏ । ନିରାପଦ ସ୍ଥାନକୁ ଯିବା ପାଇଁ ହାତରେ ବହୁତ କମ୍‌ ସମୟ ଥାଏ । ଫଳରେ ଏଭଳି ବିପତ୍ତିରେ ମୃତାହତ ଓ କ୍ଷୟକ୍ଷତିକୁ କମାଯାଇପାରିବ । ପାଣିପାଗ ସମ୍ପର୍କୀତ ବିଭିନ୍ନ ଦିଗ ଓ ଏହାର ପରିଚାଳନା ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।