PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଏଥର ନିର୍ବାଚନ ପ୍ରଚାର ମୋତେ ତୀର୍ଥଯାତ୍ରା ଭଳି ଅନୁଭବ ହେଲା: ମୋଦି

ନୁଆଦିଲ୍ଲୀ ୨୧/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନକୁ ତୀର୍ଥଯାତ୍ରା ସହିତ ତୁଳନା କରି ମଙ୍ଗଳବାର କହିଛନ୍ତି ଯେ ଏମିତି ଅନୁଭବ ହେଉଛି ଯେମିତି ଜନତା, ଦେଶର ପୁର୍ନଜାଗରଣ ପାଇଁ ବଦ୍ଧ ପରିକର । ସେ କହିଛନ୍ତି ଯେ ଏହି ନିର୍ବାଚନ କେବଳ ପାର୍ଟିର ନୁହେଁ ବରଂ ଜନତାଙ୍କ ଲଢେଇ। ପ୍ରଧାନମନ୍ତ୍ରୀ ଏହି ଟିପ୍ପଣୀ ବିଜେପି ମୁଖ୍ୟାଳୟରେ ନିଜ ମନ୍ତ୍ରୀ ପରିଷଦର ସଦସ୍ଯଙ୍କ ପାଇଁ ଆୟୋଜିତ ହୋଇଥିବା ‘ସ୍ୱାଗତ ଏବଂ ଆଭାର ମିଳନ ସମାରୋହ’ରେ କହିଛନ୍ତି ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ଗତ ୫ ବର୍ଷରେ ସରକାରଙ୍କ କଲ୍ଯାଣ ଯୋଜନାକୁ ଏକ ଟିମ୍ ଭଳି କାମ କରିଥିବାରୁ ଧନ୍ଯବାଦ ପ୍ରକଟ କରିଛନ୍ତି ।

ଏହି ନିର୍ବାଚନ ରାଜନୀତିରୁ ଉର୍ଦ୍ଧ୍ୱରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ମୁଁ ଅନେକ ନିର୍ବାଚନ ଦେଖିଛି କିନ୍ତୁ ଏହି ନିର୍ବାଚନ ରାଜନୀତିରୁ ଉର୍ଦ୍ଧ୍ୱରେ । ଏହି ନିର୍ବାଚନରେ ଜନତା ସମସ୍ତ ବାଧା ବିଘ୍ନକୁ ଲଙ୍ଘନ କରି ଲଢିଛନ୍ତି । ମୁଁ ଅନେକ ବିଧାନସଭା ନିର୍ବାଚନ ଓ ଗତ ଲୋକସଭା ନିର୍ବାଚନ ପ୍ରଚାରରେ ଅଭିଯାନରେ ଭାଗ ନେଇଥିଲି । ଏହି ସମୟରେ ସାରାଦେଶ ଗସ୍ତ କରିଛି, କିନ୍ତୁ ଏଥର ମୋତେ ଏମିତି ଅନୁଭବ ହେଲା ଯେ ମୁଁ ତୀର୍ଥଯାତ୍ରା କରୁଛି ।‘

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ଯତୀତ ବିଜେପି ଅଧ୍ଯକ୍ଷ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରି, ରାମବିଲାସ ପାସୱାନ୍, ସ୍ମୃତି ଇରାନୀ, ପିୟୁଷ ଗୋଏଲ, ମୁଖତାର ଅବ୍ବାସ୍ ନକବୀ ଆଦି ନେତାମାନେ ଉପସ୍ଥିତ ଥିଲେ ।  

ଅଧିକ ପଢନ୍ତୁ ନିର୍ବାଚନ ଫଳାଫଳ ପୂର୍ବରୁ ଏନଡିଏର ଡିନର ପାର୍ଟି, ପହଞ୍ଚିଲେ ଅନେକ ନେତା

ସମ୍ବନ୍ଧିତ ଖବର