PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ପତ୍ନୀ ନିର୍ଯାତନାରେ ଓଡ଼ିଶା ଆଗରେ, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ…

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି । ଦେଶରେ ୨୯.୩% ମହିଳା ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୩୦.୬% । ଅର୍ଥାତ୍‌ ଜାତୀୟ ତୁଳନାରେ ରାଜ୍ୟରେ ୧.୩% ଅଧିକ । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ । କର୍ଣ୍ଣାଟକରେ ସର୍ବାଧିକ ୪୪.୪% ମହିଳା ନିର୍ଯାତିତ । ଲାକ୍ଷାଦ୍ୱୀପରେ ଏହି ହାର ୧.୩% ରହିଛି । ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫, ୨୦୧୯-୨୧ରୁ ଏହି ସୂଚନା ମିଳିଛି ।

ଜାତୀୟସ୍ତରରେ ୧୮ରୁ ୪୯ ବର୍ଷ ବିହାହିତା ମହିଳାଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ୬୨ହଜାର ୩୮୧ ମହିଳାଙ୍କ ମତ ନିଆଯାଇଥିଲା। ଏହି ମହିଳାଙ୍କ ଭିତରେ ବିଧବା, ଛାଡ଼ପତ୍ରଧାରୀ ଓ ସ୍ୱାମୀଙ୍କ ପାଖରେ ଥିବା ମହିଳା ଅଛନ୍ତି । ଯେଉଁଥିରେ ୭୦% ପୁରୁଷ ମଦ ପିଇ ସ୍ତ୍ରୀଙ୍କୁ ମାଡ଼ ଓ ଯୌନ ଶୋଷଣ କରିଛନ୍ତି । ୨୩% ମଦ ନ ପିଇ ବି ଆକ୍ରମଣ କରିଥାନ୍ତି । ୭୭ % ମହିଳା ସ୍ୱାମୀଙ୍କ ଦ୍ୱାରା ହେଉଥିବା ନିର୍ଯାତନା ଓ ଅତ୍ୟାହାର ବିଷୟରେ କାହା ପାଖରେ ପ୍ରକାଶ କରିପାରନ୍ତି ନାହିଁ ।

ଦେଶର ସହରାଞ୍ଚଳରେ ୨୪.୨% ଏବଂ ଗ୍ରାମାଞ୍ଚଳରେ ୩୧.୬% ମହିଳା ନିଜ ସ୍ୱାମୀଙ୍କ ଦ୍ୱାରା ହିଂସାର ଶିକାର ହେଉଛନ୍ତି । ମହିଳା ନିର୍ଯାତନା ଓ ଯୌନ ଶୋଷଣ କ୍ଷେତ୍ରରେ ୬ଟି ବଡ଼ ରାଜ୍ୟ ଯଥା କର୍ଣ୍ଣାଟକରେ ୪୪.୪%, ବିହାରରେ ୪୦.୦%, ମଣିପୁରରେ ୩୯.୬%, ତାମିଲନାଡ଼ୁରେ ୩୮.୧%, ତେଲେଙ୍ଗାନାରେ ୩୬.୯%, ଉତ୍ତର ପ୍ରଦେଶରେ ୩୪.୮% ଓ ଆସାମରେ ୩୨.୦% ମହିଳ ସ୍ୱାମୀ ଶିକାର ହେଉଛନ୍ତି ।