‘ନାରୀଶକ୍ତି’କୁ ମିଳିଲା ନୂଆ ପରିଚୟ, ଅକ୍ସଫୋର୍ଡ ଚୟନ କଲା ହିନ୍ଦୀ ‘ୱର୍ଡ ଅଫ ଦ ଇୟର’

source:www.indiatoday.in
ଜୟପୁର ୨୭/୧: ହିନ୍ଦୀ ଶବ୍ଦ ‘ନାରୀଶକ୍ତି’କୁ ଅକ୍ସଫୋର୍ଡ ଏକ ନୂଆ ପରିଚୟ ଦେଇଛି । ଅକ୍ସଫୋର୍ଡ ଡିକ୍ସନାରୀ, ମହିଳାଙ୍କ ସଶକ୍ତିକରଣ ପାଇଁ ହିନ୍ଦୀର ଚର୍ଚ୍ଚିତ ଶବ୍ଦ ‘ନାରୀଶକ୍ତି’କୁ ୨୦୧୮ର ହିନ୍ଦୀ ଶବ୍ଦ ଚୟନ କରିଛି । ଜୟପୁରରେ ଆୟୋଜିତ ସାହିତ୍ୟ ମହୋତ୍ସବରେ ଶନିବାର ନାରୀ ଶକ୍ତିକୁ ୨୦୧୮ ହିନ୍ଦୀ ଶବ୍ଦ(Word of the year) ଘୋଷିତ କରାଯାଇଛି ।
ପ୍ୟାନେଲ ଆଲୋଚନାରେ ଅନେକ ସମୟ ଚର୍ଚ୍ଚା ପରେ ଡିକ୍ସନାରୀ ଏହି ଶବ୍ଦକୁ ସାମିଲ କରିଛି । ଟିମରେ ଭାଷା ବିଶେଷଜ୍ଞ ଅଶୋକ କୁମାର ଶର୍ମା, କାର୍ତ୍ତିକା ଅଗ୍ରୱାଲ ଓ ନମିତା ଗୋଖଲେ ସାମିଲ ଥିଲେ ।
ନାରୀ ଅର୍ଥ ହେଉଛି ମହିଳା ଓ ପାୱାର ଅର୍ଥ ହେଉଛି ଶକ୍ତି । ଏହି ଶବ୍ଦର ପୁରା ଅର୍ଥ ହେଉଛି ଯେ ମହିଳା ଆଜି ନିଜ ଜୀବନକୁ ନିଜ ଇଛାରେ ବିତାଉଛି ବା ବଞ୍ଚୁଛି । କାର୍ଯ୍ୟକ୍ରମରେ ଜାରି ହୋଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି ଯେ ନାରୀ ଶକ୍ତିକୁ କିଛି ବର୍ଷ ଧରି ଅଧିକ ମହତ୍ତ୍ୱ ଦିଆଯାଉଛି କାରଣ କେନ୍ଦ୍ର ସରକାର ମହିଳାଙ୍କ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଏହା ବ୍ୟତୀତ ବିକାଶ ପ୍ରକ୍ରିୟାରେ ମଧ୍ୟ ମହିଳା ପୁରୁଷଙ୍କ ସହିତ ସମାନ ଭାବେ ସକ୍ରିୟ ଅଛନ୍ତି ।