ନୂଆଦିଲ୍ଲୀ,୧୯।୧୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫଶି ରହିଛନ୍ତି ସୁନିତା ଓ୍ବିଲିୟମ୍ସ। ଏବେ ତାଙ୍କର ପୃଥିବୀ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ଆସନ୍ତା ବର୍ଷ ଫେବୃଆରୀ ନୁହେଁ ମାର୍ଚ୍ଚ କିମ୍ବା ଏପ୍ରିଲରେ ଫେରି ପାରନ୍ତି ସୁନିତା। ଏନେଇ ଆମେରିକା ମହାକାଶ ଏଜେନ୍ସି ନାସା ଘୋଷଣା କରିଛି। ସ୍ପେସ୍‌ ଏକ୍ସ ଡ୍ରାଗନ୍ ମହାକାଶ ଯାନ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପୃଥିବୀରୁ ଲଞ୍ଚ ହେବାର ସମ୍ଭାବନା ନାହିଁ। ଏହି ଯାନରେ ଆସିଥାନ୍ତେ ସୁନିତା ଓ ତାଙ୍କ ସାଥୀ ମହାକାଶଯାତ୍ରୀ ବଚ୍ ଓ୍ବିଲମୋର। 

ଲମ୍ବା ହେବାରେ ଲାଗିଛି ସୁନିତା ଓ୍ବିଲିୟମ୍‌ଙ୍କ ଅପେକ୍ଷା। ପୃଥିବୀ ପୃଷ୍ଠକୁ ଏବେ ଆସିପାରିବେନି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା। ଇଣ୍ଟର ନ୍ୟାସନାଲରେ ସ୍ପେସ୍‌ ଷ୍ଟେସନ୍‌ରେ ତାଙ୍କୁ ଆଉ କିଛି ମାସ କରିବାକୁ ପଡିବ ଅପେକ୍ଷା। ନାସାର କହିବା ଅନୁସାରେ, ନୂଆ କ୍ୟାପସୁଲ ଲଞ୍ଚ କରିବାରେ ହେଉଛି ବିଳମ୍ବ। ମାର୍ଚ୍ଚ ଶେଷ ସୁଦ୍ଧା ପୃଥିବୀରୁ ଲଞ୍ଚ ହେବାର ସମ୍ଭାବନା ନାହିଁ ସ୍ପେସ୍‌ ଏକ୍ସ ଡ୍ରାଗନ୍। ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲରେ ନୂଆ କ୍ୟାପସୁଲ ଲଞ୍ଚ ହେବାର ସମ୍ଭାବନା ଅଛି। ଦୁହେଁ ଫେରିବା ପୂର୍ବରୁ ନୂଆ ଚାଳକ ଦଳ ମଧ୍ୟ ଲଞ୍ଚ କରିବାକୁ । ଆଗାମୀ ମିଶନ୍‌ରେ ଅତିରିକ୍ତ ଏକ ମାସର ସମୟ ଲାଗିବ। ଆଇଏସ୍ଏସ୍‌ ପାଇଁ ୪ ଜଣିଆ ଚାଳକ ଦଳକୁ ଫେବୃଆରୀରେ ଲଞ୍ଚ କରାଯିବାର ଅଛି। ସ୍ପେସ୍‌ ଏକ୍ସ ଦ୍ବାରା କରାଯାଉଥିବା ନୂଆ ଡ୍ରାଗନ୍‌ କ୍ୟାପସୁଲ ତିଆରି ପାଇଁ ବିଳମ୍ବ ହେଉଛି। ସେପଟେ ନାସା କହିଛି ମହାକାଶ ଯାତ୍ରୀ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ତାଙ୍କୁ ଏବେ କୌଣସି ବିପଦ ନାହିଁ।

ଚଳିତ ବର୍ଷ ଜୁନ୍‌ ୫ରେ ମାତ୍ର ଏକ ସପ୍ତାହ ପାଇଁ ଯାଇଥିଲେ ସୁନିତା ଓ ବଚ୍ ଓ୍ବିଲମୋର।  କିନ୍ତୁ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପର୍ଯ୍ୟନ୍ତ ଫଶି ରହିଛନ୍ତି। ସୁନିତା ଜଣେ ଅନୁଭବୀ ମହାକାଶ ଯାତ୍ରୀ। ଏହା ତାଙ୍କର ତୃତୀୟ ମହାକାଶ ମିଶନ୍। ସେ ତାଙ୍କ ମିଶନ୍‌ରେ ଏପର୍ଯ୍ୟନ୍ତ ୫୧୭ ଦିନରୁ ଅଧିକ ସମୟ ମହାକାଶରେ ବିତାଇଛନ୍ତି। ଏଭଳି ଏକ ସମୟ ଥିଲା ସ୍ପେସ୍‌ ଓ୍ବାକ୍ କରିବାରେ ରେକର୍ଡ କରିଥିଲେ। ୫୧ ଘଣ୍ଟାରୁ ଅଧିକ ସମୟ ମହାକାଶରେ ବିତାଇଥିଲେ। ଏବେ ଏହି ଅନୁଭବ ତାଙ୍କୁ ଅଧିକ ଦକ୍ଷ କରିଛି। କିନ୍ତୁ ଏସବୁ ଭିତରେ ସୁନିତାଙ୍କ ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବାର ଆଶଙ୍କା ବଢିଛି।