PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୧୫ ବର୍ଷର ଐତିହାସିକ ଯାତ୍ରା ଶେଷ କଲା ନାସାର ମହାକାଶ ଯାନ କ୍ୟୁରୋସିଟି ରୋଭର

ଓ୍ବାଶିଂଟନ୍,୧୫।୨: ମଙ୍ଗଳ ଗ୍ରହକୁ ଖୋଜିବାକୁ ବାହାରିଥିବା ନାସାର ମହାକାଶ ଯାନ କ୍ୟୁରୋସିଟି ରୋଭରର ଐତିହାସିକ ଯାତ୍ରା ଶେଷ ହୋଇଛି। ବୁଧବାର ଆମେରିକାର ମହାକାଶ ଏଜେନ୍ସି ନାସା ଏହି ରୋଭରର ଯାତ୍ରା ଶେଷ ହୋଇଯାଇଥିବାର ଘୋଷଣା କରିଛି। ୧୫ ବର୍ଷର ଏହି  ଐତିହାସିକ ଯାତ୍ରାରେ ଏହା ମଙ୍ଗଳ ଗ୍ରହର ବହୁ ରହସ୍ୟ ଖୋଲିଥିଲା। ଗତ ବର୍ଷ ଜୁନରେ ମଙ୍ଗଳ ଗ୍ରହ ଉପରେ ଆସିଥିବା ଭୀଷଣ ଝଡ ତୋଫାନ ପରେ ଏହି ରୋଭର ପୃଥିବୀକୁ ବାର୍ତ୍ତା ଦେବା ବନ୍ଦ କରିଦେଇଥିଲା। ଏହି ଝଡ କାରଣରୁ ରୋଭରର ଟ୍ରାନ୍ସମିସନ୍  ଉପରେ ଖରାପ ପ୍ରଭାବ ପଡିଥିଲା। ସୌର ଉର୍ଜା ଚାଳିତ ରୋଭରର ଶେଷ ବାର୍ତ୍ତା ୧୦ ଜୁନରେ ମିଳିଥିଲା।  ସେହି ସମୟରେ ନାସା କହିଥିଲା ରୋଭର ସେନ୍ସର ସର୍କିଟ କ୍ଷତିଗ୍ରସ୍ତ ହୋଇଛି। ଏହି ସେନ୍ସର ସର୍କିଟ ମାଧ୍ୟମରେ ପବନର ରିଡିଙ୍ଗ ନେଇ ହେବ। ଯଦିଓ ମିଶନ୍ ଟିମ କହିଥିଲେ   ଏହା କୌଣସି ବଡ ସମସ୍ୟା ନୁହେଁ। ଏହା ଦ୍ବାରା କିଛି ମାପିବାରେ ଅଭାବ ରହିବ, କିନ୍ତୁ ଏହାର କାମ ବନ୍ଦ ରହିବ ନାହିଁ।

ନାସା ଏହି ରୋଭରକୁ ପୁନଃର୍ଜୀବିତ କରିବାରେ ଚେଷ୍ଟା କରିଥିଲା। ଏହା ସହ ସମ୍ପର୍କ କରିବା ପାଇଁ ନାସା ରୋଭର ନିକଟକୁ ୧୦୦୦ରୁ ଅଧିକ ବାର୍ତ୍ତା ପଠାଇଥିଲା। କିନ୍ତୁ ସମସ୍ତ ଚେଷ୍ଟା ବିଫଳ ରହିଥିଲା। ଶେଷରେ ରୋଭର ସହିତ ସମ୍ପର୍କ ପ୍ରତିଷ୍ଠା ନହେବାରୁ ଏହା ନଷ୍ଟ ହୋଇଯାଇଥିବାର ଘୋଷଣା କରାଯାଇଥିଲା। ପ୍ରାୟ ୮ ମାସ ହେବ ଏହା ଶାନ୍ତ ପଡିଥିଲା। ଏହି ରୋଭରକୁ ମଙ୍ଗଳ ଗ୍ରହ(ଲାଲ୍ ଗ୍ରହ)ରେ ୧ ଏକ କିଲୋମିଟର ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥିଲା। ଯଦିଓ ଏହା ରେକର୍ଡ ୪୫ କିଲୋମିଟରର ଯାତ୍ରା କରିଥିଲା। ରୋଭର ଓ ଏହା ପୂର୍ବରୁ ଟ୍ବିନ୍ ରୋଭର ସ୍ପିରିଟ୍ ଏହି କଥାର ପ୍ରମାଣ ଦେଇସାରିଛନ୍ତି ଯେ ମଙ୍ଗଳ ଗ୍ରହରେ ଅତୀତରେ କେବେ ପାଣି ବହୁଥିଲା। ଏଥିରେ ସୁକ୍ଷ୍ମଜୀବିର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନିକଟରେ ଏହି ରୋଭର ମଙ୍ଗଳର ଚଟାଣରେ କିଛି ନମୁନାକୁ ଏକାଠି କରିଥିଲା ଓ ଏହାର ପରୀକ୍ଷଣ ମଧ୍ୟ କରାଯାଇଥିଲା।

ନାସାର ଏହି କ୍ୟୁରୋସିଟି ରୋଭର ବହୁ ଦିଗରୁ ଖୁବ୍ ଖାସ୍ ରହିଥିଲା। ଏହା ନା କେବଳ ନାସା ପକ୍ଷରୁ ତିଆରି କରାଯାଇଥିବା ବର୍ତ୍ତମାନର ସବୁଠାରୁ  ଓଜନ ଓ ବଡ ମହାକାଶ ଯାନ ଅଟେ, ବରଂ ନାସାର ୧୦ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଟେକ୍ନୋଲୋଜି ସମ୍ପନ୍ନ ମହାକାଶ ଉପକରଣକୁ ନେଇ ଯାଇଥିଲା। ଏହି ରୋଭରରେ ଏଭଳି ଏକ ସଫ୍ଟଓ୍ବେୟାର ଥିଲା ଯାହା ବୈଜ୍ଞାନିକଙ୍କ ବିନା ସାହାର୍ଯ୍ୟରେ କୌଣସି ମହାକାଶ ଯାନର ସ୍ବୟଂଚାଳିତ ଲ୍ୟାଣ୍ଡିଂରେ ସମର୍ଥ ଥିଲା। ଆଶା କରାଯାଉଥିଲା ମଙ୍ଗଳ ଗ୍ରହରେ ଅତି କମରେ ଦୁଇଟି ପୃଥିବୀ ବର୍ଷ ପର୍ଯ୍ୟନ୍ତ ଏହା କାମ କରିବ। ଏହାର କାମ ଥିଲା ମଙ୍ଗଳ ଗ୍ରହରେ ସୁକ୍ଷ୍ମଜୀବିଙ୍କ ରହିବା ଉପଯୋଗୀ ପରିସ୍ଥିତିର ପ୍ରମାଣ ଖୋଜିବା। କ୍ୟୁରୋସିଟିକୁ ଲ୍ୟାଣ୍ଡିଂ କରିବା ପରେ ସମସ୍ତ ଜିନିଷର ଯାଞ୍ଚ କରାଯିବାର କାମ ପ୍ରାୟ ସମ୍ପୂର୍ଣ୍ଣ ହେବାର ଥିଲା। ଏହି ରୋଭର ପ୍ରୋଜେକ୍ଟ ପାଇଁ ସ୍ପେନର ପାଣିପାଗ ବିଭାଗର ଯୋଗଦାନ ରହିଛି।  ଏହାର କାମ  ସେନ୍ସର ସର୍କିଟ, ପବନ ଓ ତାପମାତ୍ରା, ପବନର ଚାପ, ଆଦ୍ରତା, ପବନର ଗତି ଓ ଦିଗ ସହିତ ପରାବାଇଗଣୀ ବିକିରଣର ମାତ୍ରାର ସଂଖ୍ୟାକୁ ଏକାଠି କରିବା।

ସମ୍ବନ୍ଧିତ ଖବର