ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ନାସା ପ୍ରାୟୋଜିତ ଗ୍ଲୋବର ତ୍ରିଂଶତମ ଆନ୍ତର୍ଜାତୀୟ ସମ୍ମିଳନୀ; ଗ୍ଲୋବ ଶିକ୍ଷକ ଦିଲ୍ଲୀପ କୁମାର ଧଳ ଯୋଗଦାନ

Published By : Bijay Swain | July 17, 2025 7:22 PM

ସାଲେଭଟା, ୧୭/୭ (ଆପ୍ର): ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ଗ୍ଲୋବ ଶିକ୍ଷକ ନାସା ଦ୍ୱାରା ପ୍ରାୟୋଜିତ ଗ୍ଲୋବ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମର ତ୍ରିଂଶତମ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ୱାସିଂଟନ ଡି.ସି.ଠାରେ ଚଳିତବର୍ଷ ଜୁଲାଇ ୧୪ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।  

ଆଗଲପୁର ବ୍ଳକ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବଲାଙ୍ଗୀର ଇକୋ କ୍ଳଵ ମାଷ୍ଟର ଟ୍ରେନର ଦିଲ୍ଲୀପ କୁମାର ଧଳ ଉକ୍ତ ସମ୍ମଳନୀରେ ଅଂଶ ଗ୍ରହଣ କରିଥିଲେ। ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ଏକ ପ୍ରମାଣପତ୍ର  ମାଧ୍ୟମରେ  ତାଙ୍କର ଯୋଗଦାନ ସ୍ୱୀକୃତି ପ୍ରଦାନ କରାଯାଇଛି।  

ବିଭିନ୍ନ ସମୟରେ ତାଙ୍କ ଦ୍ୱାରା ସମ୍ପାଦିତ ପର୍ଯ୍ୟବେକ୍ଷଣ କାର୍ଯ୍ୟ ଯଥା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମେଘ, ଭୂମି, ବୃକ୍ଷ ଉଚ୍ଚତା, ମଶା ପରିସଂସ୍ଥା, ସୂର୍ଯ୍ୟପରାଗ ପର୍ଯ୍ୟବେକ୍ଷଣ ସମ୍ବନ୍ଧିତ କାର୍ଯ୍ୟକୁ ନାସା ପ୍ରମାଣ ପତ୍ର, ବ୍ୟାଜ ଓ ଧନ୍ୟବାଦ ଭିଡ଼ିଓ ମାଧ୍ୟମରେ ସ୍ୱୀକୃତି ପ୍ରଦାନ କରିଛି। ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ସେ ୨୦୨୦-୨୧ରେ ପ୍ରଥମ ଦଶ ମଧ୍ୟରେ ସ୍ଥାନିତ ହୋଇ ପରିବେଶ ଅଧ୍ୟୟନ କେନ୍ଦ୍ର, ଜଙ୍ଗଲ ଓ ପରିବେଶ ବିଭାଗ, ଓଡିଶା ସରକାରଙ୍କ ତରଫରୁ ପ୍ରଶଂସା ପତ୍ର ସହ ଅର୍ଥ ପୁରସ୍କାର ଲାଭ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.