ନୂଆଦିଲ୍ଲୀ, ୬।୩: ଏବେ ଚନ୍ଦ୍ରରେ ସଠିକ୍ ରାସ୍ତା ଦେଖାଇବ ଜିପିଏସ୍ । ଆଉ ରାସ୍ତା ଭୁଲିବେନି ମହାକାଶଚାରୀ । ଏଥିପାଇଁ ନୂଆ ଟେକ୍ନୋଲୋଜିର ବ୍ୟବହାର କରିଛି ନ୍ୟାସନାଲ ଏରୋନୋଟିକ୍ସ ସ୍ପେସ୍ ଆଡମିନିସଷ୍ଟ୍ରେସନ୍ (ନାସା) । ଟ୍ରାକ୍ କରିବାକୁ ଲଗାଇଲା ଜିପିଏସ୍ । ନାସା ପ୍ରଥମ ଥର ପାଇଁ ଚନ୍ଦ୍ରରେ ଜିପିଏସ ବ୍ୟବହାର କରିଛି । ଏହାର ଅର୍ଥ ପ୍ରଥମଥର ପାଇଁ ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମରେ ସିଗନାଲ ପ୍ରାପ୍ତ କରାଯାଇଛି ଏବଂ ଚନ୍ଦ୍ରରେ ଟ୍ରାକ୍ କରାଯାଇଛି । ଏହି ଉପଲବ୍ଧି ନାସା ଏବଂ ଇଟାଲୀୟ ସ୍ପେସ୍ ଏଜେନ୍ସି ୩ ମାର୍ଚ୍ଚରେ ହାସଲ କରିଛନ୍ତି । ନାସା କହିଛି ଯେ, ଏହି ରେଜଲ୍ଟର ଅର୍ଥ ଆର୍ଟେମିସ୍ ମିଶନ ଏହି ସଂକେତରେ ଲାଭ ଉଠାଇ ପାରିବ । ଯେଉଁଥିରେ ସେ ନିଜର ସ୍ଥିତି, ଗତି ଏବଂ ସମୟର ନିର୍ଣ୍ଣୟ କରିବା ପାଇଁ ଏହି ସଙ୍କେତଗୁଡ଼ିକରୁ ସଠିକ୍ ଭାବେ ଜାଣିପାରିବ ।

ଜିଏନଏସଏସ ସିଗନାଲ ରେଡିଓ ବେସ୍ଡର ବ୍ୟବହାର କରି ସ୍ଥିତି, ନେଭିଗେସନ ଏବଂ ସମୟ ବିଷୟରେ ଡାଟା ଟ୍ରାନ୍ସଫର କରେ । ଏଥିସହ ପୃଥିବୀର ପରିକ୍ରମା କରୁଥିବା ସାଟେଲାଇଟ ଦ୍ୱାରା ପ୍ରସାରିତ କରାଯାଇଥାଏ । ଜିପିଏସ, ଗାଲିଲିଓ, ବେଇଡୋ ଏବଂ GLONASS ସମେତ ବିଶ୍ୱର ସରକାରମାନେ ଅନେକ GNSS ତାରାମଣ୍ଡଳ ପ୍ରଦାନ କରନ୍ତି ।