PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଜାତୀୟ ବ୍ୟାଡମିଣ୍ଟନ୍‌ରେ ଭାଗ ନେବେ ସାଇନା, ସିନ୍ଧୁ

ନୂଆଦିଲ୍ଲୀ, ୯ା୨ (ଏଜେନ୍ସି): ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୮୩ତମ ଜାତୀୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ । ୯ବର୍ଷ ପରେ ଉତ୍ତର-ପୂର୍ବାଞ୍ଚଳକୁ ଜାତୀୟ ବ୍ୟାଡମିଣ୍ଟନ ଫେରିଛି । ଶେଷ ଥର ପାଇଁ ୨୦୧୦ରେ ଆସାମ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ତାରକା ସାଇନା ନେହୱାଲ ଓ ପିଭି ସିନ୍ଧୁଙ୍କ ମଧ୍ୟରେ ମୁକାବିଲା ହେବ । ଗତ ବର୍ଷ ସାଇନା ଏଠାରେ ଚାମ୍ପିଅନ୍‌ ଓ ସିନ୍ଧୁ ରନର୍ସ ହୋଇଥିଲେ ।