PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଜାତୀୟ ସାହସିକତା ପୁରସ୍କାରପ୍ରାପ୍ତ ଓଡ଼ିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଜାତୀୟ ସାହସିକତା ପୁରସ୍କାର-୨୦୧୮ ପାଇଥିବା ଓଡ଼ିଶାର ୪ଜଣ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧର୍ିତ କରିଛନ୍ତି । ସଚିବାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର
କାର୍ଯ୍ୟକ୍ରମରେ କୁମାରୀ ଝିଲୀ ବାଗ୍‌, ମାଷ୍ଟର ବିଶ୍ୱଜିତ ପୁହାଣ, କୁମାରୀ ରଞ୍ଜିତା ମାଝୀ, ମାଷ୍ଟର ସିତୁ ମଲିକଙ୍କ ସାହସିକତାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ । ଏହି ୪ ଜଣ ସାହସି ପିଲାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରିଥିଲେ । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।