ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ କ’ଣ କହିଥିଲେ ଜାଣିବାକୁ ୧.୩୭ କୋଟି ଟଙ୍କା ଖର୍ଚ୍ଚ, ଜାଣନ୍ତୁ କିଏ

ଓ୍ବାଶିଂଟନ,୧୯।୩: ପାଶ୍ଚାତ୍ୟ ଦେଶରେ ଅନୁସନ୍ଧାନ ମୂଳକ ସାମ୍ବାଦିକତାରେ ଖବର ପାଇବାକୁ ମୋଟା ରକମର ଅର୍ଥ ଖର୍ଚ କରିବାକୁ ପଛାଇନଥାନ୍ତି। ଓ୍ବାର୍ଲଷ୍ଟିଟ୍ ଜର୍ନାଲର ଏକ ଖବର ଅନୁସାରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ସିଇଓ ଜେଫ୍ ବେଜୋସ୍ ଓ ତାଙ୍କର ଗର୍ଲଫ୍ରେଣ୍ଡ ଲୋରେନ୍ ସାଚେଞ୍ଜଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ନେଇ ପ୍ରମାଣ ଦେବା ପାଇଁ ଆମେରିକାର ‘ନ୍ୟାସନାଲ ଇନକ୍ବାର’ ନାମକ ଏକ ମାଗାଜିନ୍ ଲୋରେନଙ୍କ ଭାଇଙ୍କୁ ୧.୩୭ କୋଟି ଟଙ୍କା ଦେଇଥିଲେ। ଦୁହିଁଙ୍କର ବ୍ୟକ୍ତିଗତ ମେସେଜ୍,ଫଟୋ ଏବଂ କଥାବାର୍ତ୍ତାକୁ ଲିକ୍ କରିବା ପାଇଁ ଏହି ଅର୍ଥ ଦିଆଯାଇଥିଲା।

ଏହି ମାଗାଜିନ ଗତ ଜାନୁଆରୀରେ ନିଜ ଖବରରେ ଖୁଲାସା କରିଥିଲା ଯେ ଜେଫ୍ ବେଜୋସ୍ ଓ ନ୍ୟୁଜ ଆଙ୍କର ଲୋରେନ୍ ସାଞ୍ଚେଜଙ୍କ ମଧ୍ୟରେ ପ୍ରେମ ରହିଛି। କେବଳ ସେତିକି ନୁହେଁ ସାଚେଞ୍ଜଙ୍କୁ ଅଶ୍ଲୀଳ ମେସେଜ୍ ଏବଂ ଫଟୋ ବେଜୋସ୍ ପଠାଉଥିଲେ। ବେଜୋସ୍ ନିଜର ପାଇଭେଟ୍ ଜେଟରେ ସାଚେଞ୍ଜଙ୍କୁ ବହୁ ସହର ନେଇକି ବୁଲୁଥିଲେ ବୋଲି ଜଣାପଡିଛି। ଏ ବିଷୟରେ ଜଣାପଡିବା ପରେ ଜେଫ୍ ବେଜୋସଙ୍କ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଥିଲେ।

ରିପୋର୍ଟ ଅନୁସାରେ ଦୁହିଁଙ୍କ ସମ୍ପର୍କକୁ ନେଇ ଲିକ୍ ହୋଇଥିବା ତଥ୍ୟ ରାଜନୈତିକ ହୋଇପାରେ। ‘ନ୍ୟାସନାଲ ଇନକ୍ବାର’ର ଅଧୀନରେ ଥିବା ଆମେରିକା ଗଣମାଧ୍ୟମ ଇଙ୍କ ନିକଟରେ ରହିଛି ଏସବୁ ତଥ୍ୟ, ଯାହାର ମାଲିକ ଡେଭିଡ ପେକର। ଡେଭିଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନିକଟତମ ବୋଲି କୁହାଯାଏ। ଉଲ୍ଲେଖନୀୟ ଯେ ଜେଫ୍ ବେଜୋସ୍ ହେଉଛନ୍ତି ପ୍ରସିଦ୍ଧ ଖବରକାଗଜ ଓ୍ବାଶିଂଟନ ପୋଷ୍ଟର ମାଲିକ। ସେ ବହୁବାର ଟ୍ରମ୍ପଙ୍କୁ ନେଇ ସମାଲୋଚନା କରିସାରିଛନ୍ତି ଓ୍ବାଶିଂଟନ ପୋଷ୍ଟରେ। ବେଜୋସ୍ ଏବଂ ଲରେନଙ୍କ ସମ୍ପର୍କ ନେଇ ତଦନ୍ତ କରୁଥିବା ସିକ୍ୟୁରିଟି କନସଲ୍ଟ ଗୋଭିନ୍ ଡେ ବେକରଙ୍କ କହିବା ଅନୁସାରେ ଏହି ଲିକ୍ ପଛରେ ରାଜନୈତିକ ଉଦେଶ୍ୟ ରହିଥାଇ ପାରେ।