ନୂଆଦିଲ୍ଲୀ, ୧୬/୧୨ : ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର ବଡ଼ ବିଜୟ। ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ବଡ଼ ଆଶ୍ଵସ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଇଡିର ଚାର୍ଜସିଟ୍ ଉପରେ ବିଚାର କରିବାକୁ ମନା କଲେ କୋର୍ଟ। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଇଡି ଚାର୍ଜସିଟ୍ ଉପରେ ବିଚାର କରିବାକୁ ସଫା ସଫା ମନା କରି ଦେଇଛନ୍ତି। ଏହା ସହ ଇଡି ଯାଞ୍ଚ ଜାରି ରଖିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଆଗକୁ ଯାଞ୍ଚ ଜାରି ରଖିବା ପାଇଁ ଇଡିକୁ ସ୍ଵତନ୍ତ୍ରତା ଦିଆଯାଇଛି।
ନ୍ୟାସନାଲ ହେରାଲ୍ଡ ମାମଲାରେ କୋର୍ଟ କହିଛନ୍ତି ଯେ, ରାହୁଲ ଏବଂ ସୋନିଆଙ୍କ ବିରୋଧରେ ମନି ଲଣ୍ଡରିଂ ସମ୍ବନ୍ଧୀୟ ମାମଲାକୁ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ ଅପରାଧ ବାବଦରେ କୌଣସି ବିଧିବଦ୍ଧ ଏଫଆଇଆର ଦାଖଲ ହୋଇନାହିଁ। ପିଏମଏଲ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଇଡି ଏଫଆଇଆର ରୁଜୁ କରିବା ବାଧ୍ୟତାମୂଳକ। ଯେଉଁ ଏଫଆଇଆର ଆଧାରରେ ମନି ଲଣ୍ଡରିଂ ମାମଲାର ତଦନ୍ତ ହୋଇଥାନ୍ତା ତାହା ଏବେ ସୁଦ୍ଧା ଦାଖଲ ହୋଇନାହିଁ। ସିବିଆଇ ଏଯାଏଁ ଏଫଆଇଆର ରୁଜୁ ନେଇ ପ୍ରକ୍ରିୟା ଆରମ୍ଭ କରିନି । ଇଡି ମଧ୍ୟ ବିନା କୌଣସି ଏଫଆଇଆରରେ ତଦନ୍ତକୁ ଆଗକୁ ବଢାଇ ଦେଇଛି । କୋର୍ଟ ଏପରି ତଦନ୍ତକୁ ଗ୍ରହଣ କରିବେ ନାହିଁ ।
କୋର୍ଟଙ୍କ ରାୟ ପରେ କଂଗ୍ରେସ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛି। କଂଗ୍ରେସ ଲେଖିଛି ଯେ, ସତ୍ୟର ଜୟ ହୋଇଛି। ମୋଦି ସରକାରଙ୍କ ଦ୍ଵାରା ବେଆଇନ ଭାବେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଭୁଲ୍ ସାବ୍ୟସ୍ତ ହୋଇଛି।
Through this judgment, the court has exposed the illegal and mala fide political targeting by the Narendra Modi government.
— Congress (@INCIndia) December 16, 2025
From day one, the opposition—especially Sonia Gandhi and Rahul Gandhi—has been targeted without any legal basis or wrongdoing. This judgment clearly… pic.twitter.com/EQx64dZwvz
ଏହି ଖବରଟିକୁ ପଢନ୍ତୁ- ଜାମ୍ମୁ କାଶ୍ମୀର ଓ ଲଦ୍ଦାଖ ଆମର ଥିଲା, ଅଛି ଓ ରହିବ... ମିଳିତ ଜାତିସଙ୍ଘରେ ହକ୍ ଜତାଇବା ବେଳେ ଧୋଇଦେଲା ଭାରତ