ଭୁବନେଶ୍ବର,୨୩/୦୨: ବିକଶିତ ଭାରତ ୟୁଥ ପାର୍ଲିଆମେଣ୍ଟ ବା NYPF ପ୍ରସ୍ତୁତି । ଦେଶର ଯୁବକ ମାନଙ୍କୁ ନେଇ ନୂତନ ନେତୃତ୍ୱ ସୃଷ୍ଟି ଦିଗରେ ଭାରତ ସରକାରଙ୍କ ବଳିଷ୍ଠ ଉଦ୍ୟମ ହେଉଛି ଏନଓ୍ବାଇପିଏଫ୍ ପ୍ରତିଯୋଗିତା। ଏହା 'ମାଇ ଭାରତ' ଓ ଭାରତ ସରକାରଙ୍କ ଯୁବ ଓ ଖେଳ ମନ୍ତ୍ରାଳୟ ତରଫରୁ ୨୦୨୯ ରୁ ଆୟୋଜିତ କରାଯାଉଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯାହା ମାଧ୍ୟମରେ ଯୁବକ ଯୁବତୀ ମାନଙ୍କ ଦକ୍ଷତା ଦେଖିବ ସାରା ଭାରତ । ଓଡ଼ିଶାର ପ୍ରତି ଜ଼ିଲ୍ଲାର ଯୁବକ ଯୁବତୀ ମାନେ ଏଥିରେ ଭାଗ ନେଇ ପାରିବେ । ଯୁବକ ମାନଙ୍କ ବୟସସିମା ରହିଛି ୧୮ ରୁ ୨୫ ବର୍ଷ । ଓଡ଼ିଶାର ପ୍ରତି ଜ଼ିଲ୍ଲାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ ହୋଇ ସିଧା ସଂସଦରେ ନିଜର ଭାଷଣ ପ୍ରତିଭା ଦେଖାଇବେ । ଆଉ ଏଥର ପ୍ରସଙ୍ଗ ରହିଛି ୫୦ ବର୍ଷରେ ଜରୁରୀକାଳୀନ ପରିସ୍ଥିତି । ଭାରତରେ ସମୁଦାୟ ୭୨୮ ଜ଼ିଲ୍ଲାରେ ଆୟୋଜନ କରାଯାଉଛି ।
ଖୋର୍ଦ୍ଧା ଜ଼ିଲ୍ଲା ତରଫରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ତିନୋଟି ସୋପାନ ମାଧ୍ୟମରେ ସଂସଦ ପର୍ଯ୍ୟନ୍ତ ପହଂଚିବ। ପ୍ରଥମେ ଜ଼ିଲ୍ଲା ସ୍ତରୀୟ ଯେଉଁଥିରୁ ୫ ଜଣ ରାଜ୍ୟସ୍ତରୀୟକୁ ଉନ୍ନିତ ହେବେ ଓ ରାଜ୍ୟସ୍ତରରୁ ମାତ୍ର ୩ ଜଣ ହିଁ ସଂସଦ ପର୍ଯ୍ୟନ୍ତ ଯାଇପାରିବେ । ପ୍ରତି ରାଜ୍ୟରୁ ୩ ଜଣ ହିଁ ଚୟନ ହୋଇ ସଂସଦରେ ନିଜର ବକ୍ତୃତା ପ୍ରତିପାଦନ କରି ପାରିବେ । ଖୋର୍ଦ୍ଧା ଜ଼ିଲ୍ଲାରୁ ଯେଉଁମାନେ ଚୟନ ହେବେ ସେମାନେ ବିଧାନସଭାରେ ବାଚସ୍ପତି ଉପବାଚସ୍ପତି ଓ ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କ ଆଗରେ ନିଜର ଭାଷଣ ରଖିବେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ସଂସଦରେ ନିଜର ଦକ୍ଷତା ଦେଖାଇବେ । ଓଡ଼ିଶା ଯୁବକ ଯୁବତୀ ମାନଙ୍କ ପାଇଁ ତିନୋଟି ଭାଷା ରଖାଯାଇଛି । ସେମାନେ ନିଜ ଇଚ୍ଛା ଅନୁସାରେ ଭାଷା ବାଛିପାରିବେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷା ମଧ୍ୟରୁ କୌଣସି ଗୋଟିଏ ହିଁ ଚୟନ କରିପାରିବେ । ଆଉ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ।