ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ବଢ଼ିଲା ପୁରସ୍କାର ରାଶି, ଆବେଦନର ଶେଷ ତାରିଖ ଜୁନ୍ ୩

ଭୁବନେଶ୍ୱର,୨୨/୦୫: ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୨ ପାଇଁ ନଗଦ ପୁରସ୍କାର ବୃଦ୍ଧି କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଥମ ରନର୍ସଅପ୍ ପୁରସ୍କାର ୪୦ ହଜାରରୁ ୮୦ ହଜାର ଟଙ୍କାକୁ ଏବଂ ଦ୍ୱିତୀୟ ରନର୍ସଅପ୍ ପୁରସ୍କାର ରାଶି ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଶନିବାର ମହୋତ୍ସବର ଉଦ୍ଘାଟନୀ ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଏହି ଘୋଷଣା କରିଛନ୍ତି ।
ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ବାବଦରେ ଅର୍ଥରାଶି ପ୍ରତି ବିଭାଗରେ ୨୫ ହଜାର ଟଙ୍କା ଲେଖାଏଁ ରହିଛି । ଓଡ଼ିଆ ଏବଂ ଅଣଓଡ଼ିଆ ବର୍ଗରେ ଏହି ପୁରସ୍କାରମାନ ପ୍ରଦାନ କରାଯିବ । ଉଭୟ ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର, ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍ ପୁରସ୍କାର ଅର୍ଥରାଶି ସମାନ ରହିଛି । ମୋଟ ପୁରସ୍କାର ରାଶି ୬ଲକ୍ଷ ୮୦ହଜାର ଟଙ୍କା ରହିଛି । ଏହି ଚଳଚ୍ଚିତ୍ର ମହୋତ୍ସବ ରାଉରକେଲାରେ ଆସନ୍ତା ଜୁନ୍ ୧୮ ଓ ୧୯ ଏବଂ ପୁରୀରେ ଜୁନ୍ ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହେବ ।
ଚଳଚ୍ଚିତ୍ର ଆବେଦନର ଶେଷ ତାରିଖ ଜୁନ୍ ୩ ତାରିଖ ରହିଛି । ଭିଡିଓ ଏଚ୍ଡି ଫର୍ମାଟ୍ରେ ରହିବା ସହ ଏହାର ଅବଧି ୧୨୦ ସେକେଣ୍ଡ୍ (୨ମିନିଟ୍) ରହିବ । ଅଧିକ ଜାଣିବା ପାଇଁ କ୍ଟୟସଗ୍ଦଷବଗ୍ଧକ୍ସବଦ୍ଭଗ୍ଦକ୍ଟ୍ରକ୍ଟକ୍ସଗ୍ଧ.ଶକ୍ଟଙ୍ଖ.ସଦ୍ଭକୁ ଦେଖିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।