ସୋଆରେ ଆଇଟ୍ରିପଲ୍ଇର ଜାତୀୟ କର୍ମଶାଳା: ‘ସୁରକ୍ଷିତ ଏବଂ ପର୍ଯ୍ୟାପ୍ତ ଶକ୍ତି ନିମନ୍ତେ ସ୍ମାର୍ଟ ଗ୍ରିଡ୍ ବ୍ୟବହାର କର’

ଭୁବନେଶ୍ୱର,୮ ।୨(ବ୍ୟୁରୋ): ସୁରକ୍ଷିତ ଏବଂ ପର୍ଯ୍ୟାପ୍ତ ଭାବେ ବୈଦ୍ୟୁତିକ ଶକ୍ତିର ବ୍ୟବହାର ନିମନ୍ତେ ସ୍ମାର୍ଟ ଗ୍ରିଡ୍ର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆୟୋଜିତ “ଆଡ୍ଭାନ୍ସେସ୍ ଇନ୍ ସଷ୍ଟେନେବୁଲ୍ ଏନର୍ଜି ଆଣ୍ଡ କମ୍ପୁୟଟିଙ୍ଗ୍’ ଶୀର୍ଷକ ଟ୍ରିପଲ୍ ଆଇଇର ଜାତୀୟ କର୍ମଶାଳାରେ ମତ ପ୍ରକାଶ ପାଇଛି ।
ଲୋକସଂଖ୍ୟା ବୃଦ୍ଧି, ପ୍ରଯୁକ୍ତି କ୍ଷେତ୍ରରେ ଉନ୍ନତି , ଭିତ୍ତିଭୂମି ଏବଂ କମ୍ପ୍ୟୁଟେସନାଲ୍ ଟୁଲ୍ସ ଯୋଗୁଁ ସ୍ମାର୍ଟ ଗ୍ରିଡ୍ ବ୍ୟବହାରର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଗବେଷକ ତଥା ସୋଆର ଗବେଷଣା ନିର୍ଦ୍ଦେଶେକ ପ୍ରଫେସର ପ୍ରଦୀପ୍ତ କୁମାର ଦାସ କର୍ମଶାଳାର ଉଦ୍ଘାଟନ କାର୍ଯ୍ୟକ୍ରମରେ କହିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ(ଆଇ ଟ୍ରିପଲ୍ ଇ)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ତିନି ଦିନିଆ କର୍ମଶାଳା ସୋଆ ପକ୍ଷରୁ ଆୟୋଜିତ କରାଯାଇଛି । ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ, ରିସର୍ଚ୍ଚ ଏବଂ ଡେଭ୍ଲପ୍ମେଣ୍ଟ୍ ଡିନ୍ ପ୍ରଫେସର ପି.କେ.ନନ୍ଦ, ଆଇଆଇଟି ଭୁବନେଶ୍ୱରର ପୂର୍ବତନ ଉପ-ନିର୍ଦ୍ଦେଶକ ପ୍ରଫେସର ଗଣପତି ପଣ୍ଡା, ବେଙ୍ଗାଲୁରୁସ୍ଥିତ ସେଣ୍ଟ୍ରାଲ୍ ପାୱାର୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏ.କେ. ତ୍ରିପାଠୀ ପ୍ରମୁଖ ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ ।