ନୂଆଦିଲ୍ଲୀ : ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଆହତ କାରଣରୁ ଚଳିତ ସିଜିନରୁ ବାଦ ପଡ଼ିଛନ୍ତି ଷ୍ଟାର ଖେଳାଳି ହର୍ଷିତ ରାଣା । ଚଳିତ ସିଜିନରେ ସେ ନଜର ଆସିବେ ନାହିଁ । ତାଙ୍କ କେକେଆରରେ କିଏ ନେବ ? ଏମିତି ଚର୍ଚ୍ଚା ଭିତରେ କୁହାଯାଉଛି ହର୍ଷିତଙ୍କ ବଦଳରେ ନବଦୀପ ସୈନୀ ନେବେ ବୋଲି କୁହାଯାଉଛି । ଏହି ଖେଳାଳି ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି । ଅଭିଜ୍ଞ ଖେଳାଳି ଜଣକ କେକେଆରର କୋଲିଂରେ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ଆଶା ରଖିଛି ଫ୍ରାଞ୍ଚାଇଜ୍ ।
କେକେଆରର ମେଣ୍ଟର ବୁଧବାର ଏହି ଘୋଷଣା କରିଛନ୍ତି । ହର୍ଷିତ ରାଣାଙ୍କ ବଦଳରେ ଦଳରେ ନବଦୀପ ସୈନୀ ସାମିଲ୍ ହୋଇଛନ୍ତି । ଆହତ ହର୍ଷିତଙ୍କ ବଦଳରେ କେକେଆରରେ ୭୫ ଲକ୍ଷ ଟଙ୍କାରେ ଯୋଗ ଦେଇଛନ୍ତି । ଆଇପିଏଲରେ ୨୩ ଓ୍ବିକେଟ ଅକ୍ତିଆର କରିଥିବା ନବଦୀପ ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ୨୩ ଓ୍ବିକେଟ୍ ନେଇଛନ୍ତି । ଭାରତ ପାଇଁ ୨ଟି ଟେଷ୍ଟ, ୮ଟି ଦିନିକିଆ ଏବଂ ୧୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ସେପଟେ ଆମେ ଯଦି ହର୍ଷିତଙ୍କ ସମ୍ପର୍କରେ କହିବା ତାହେଲେ ଟି-୨୦ ବିଶ୍ବକପ ସମୟରେ ସେ ଭାରତୀୟ ଦଳର ସଦସ୍ୟ ରହିଥିଲେ । ଦକ୍ଷିଣଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ସମୟରେ ସେ ଆହତ ହୋଇଥିଲେ । ପରେ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇନଥିଲେ । ଆଶା କରାଯାଉଥିଲା ଆଇପିଏଲ ସମୟରେ ଫେରିବେ । କିନ୍ତୁ ଆଣ୍ଠୁରେ ଲାଗିଥିବା ଆଘାତ ପାଇଁ ବିଶ୍ରାମ ନେଇଛନ୍ତି । ବୋଲିଂ ସାଙ୍ଗକୁ ବ୍ୟାଟିଂରେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଥିବା ହର୍ଷିତ କେକେଆର ପାଇଁ ମୁଖ୍ୟ ଅସ୍ତ୍ର ହେବେ ବୋଲି ଆଶା କରାଯାଉଥିଲା ।
ଏହାସହ ପଢ଼ନ୍ତୁ : ଏହି ୧୬ ଖେଳାଳିଙ୍କ ଉପରେ ଆକ୍ସନ ନେଇପାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ