ନୂଆଦିଲ୍ଲୀ : ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ପିଏସଏଲ । ଆସନ୍ତାକାଲି ପାକିସ୍ତାନ ସୁପର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବା ପୂର୍ବରୁ ୧୬ ଖେଳାଳି ଯେଉଁମାନେ ପିଏସଏଲ ଛାଡ଼ିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏଥିରୁ ଅଧିକାଂଶ ଖେଳାଳି ଆଇପିଏଲରେ ଯୋଗ ଦେଇଛନ୍ତି । ଯେଉଁ କାରଣରୁ ପିଏସଏଲ ଅଧ୍ୟକ୍ଷ ଏହିସବୁ ଲୋଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି ।

 

ପାକିସ୍ତାନ ସୁପର ଲିଗ୍ ସିଇଓ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍ ଛାଡିଥିବା ପ୍ରତ୍ୟେକ ବିଦେଶୀ ଖେଳାଳିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଲମାନ ନାସିର କହିଛନ୍ତି ଯେ କୌଣସି ଖେଳାଳିଙ୍କୁ ପାକିସ୍ତାନ ସୁପର ଲିଗ୍ କୁ ହାଲୁକା ଭାବରେ ନେବାକୁ ଅନୁମତି ଦିଆଯିବ ନାହିଁ। ଖେଳାଳିମାନେ ସମ୍ମାନ ଅପେକ୍ଷା ଟଙ୍କାକୁ ପସନ୍ଦ କରିଛନ୍ତି ଏବଂ ଏବେ ପରିଣାମ ଭୋଗିବେ।

ଜିମ୍ବାଓ୍ବେର ପେସର ବୋଲର ମୁଜାରାବାନି ପ୍ରଥମେ ପିଏସଏଲ ଛାଡିଥିଲେ ଏବଂ ଏବେ ଆଇପିଏଲରେ କେକେଆର ପାଇଁ ଖେଳିବେ। ନିକଟରେ ଦାସୁନ୍ ଶନାକା ମଧ୍ୟ IPL ପାଇଁ PSL ଛାଡିଛନ୍ତି । ସେ ରାଜସ୍ଥାନ ରୟାଲ୍ସ ଟିମରେ ଯୋଗ ଦେଇଛନ୍ତି । ଏହାସହ ବହୁ ବିଦେଶୀ ଖେଳାଳି ପିଏସଏଲ ଛାଡ଼ିଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଡେଭିସ୍ ଓ୍ବିସ୍, ଆଦାମ ଝାମ୍ପା, ହ୍ୟାରି ବ୍ରୁକ୍ ଏବଂ ଗୁରୁବାଜଙ୍କ ଭଳି ଖେଳାଳି । ଏହିସବୁ ଖେଳାଳି ପିଏସଏଲ ଛାଡ଼ିଥିବାବେଳେ ପାକିସ୍ତାନୀ କ୍ରିକେଟପ୍ରେମୀଙ୍କ ଶକ୍ତ ଝଟକା ଲାଗିଛି ।

ଏହାସହ ପଢ଼ନ୍ତୁ : ‘ସରକେ ଚୁନର୍ ତେରି ’ ବିବାଦ : ମୁହଁ ଖୋଲିଲେ ଫିଲ୍ମର ନିର୍ଦ୍ଦେଶକ