PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବିଜୁ ଯୁବ ବାହିନୀ ସମାବେଶରେ ନବୀନଙ୍କ ପରାମର୍ଶ: ସେବା ମନୋଭାବ ନେଇ କାମ କର

ଖୋର୍ଦ୍ଧା,୨୭ା୨(ଆପ୍ର): ନିଃସ୍ୱାର୍ଥପର ଭାବେ ସେବା କରି ଚାଲ । ବିଜୁବାବୁ ଯୁବ ସମାଜ ପାଖରୁ ଏଭଳି ଆଶା ରଖିଥିଲେ । ମାନବ ସେବା ହିଁ ମାଧବ ସେବା । ଯୁବକମାନଙ୍କର ସେବା ମନୋବୃତ୍ତି ହିଁ ରାଜ୍ୟର ସର୍ବାଙ୍ଗୀନ ବିକାଶ କରିବ । ଏଥିପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଖୋର୍ଦ୍ଧା ସ୍ଥିତ ଗୋଶାଳାପଡ଼ିଆଠାରେ ଆୟୋଜିତ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶରେ କହିଛନ୍ତି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ପ୍ରାୟ ୬୭୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଠାରେ ୨୦୫ କୋଟି ଟଙ୍କାର ୮୪ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ୪୬୬ କୋଟି ୧୮ ଲକ୍ଷ ଟଙ୍କା ମୂଲ୍ୟରେ ହେବାକୁ ଥିବା ୬୧ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ସେଚ୍ଛାକୃତ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଜୁ ଯୁବ ବାହନୀ ସଦସ୍ୟଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଜୟଦେବ ନିର୍ବାଚନ ମଣ୍ଡଳୀର ୧୨ ଗୋଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ତନ୍ମଧ୍ୟରେ ବାଲିଅନ୍ତା ବ୍ଳକ୍‌ର ଦୁଇଟି ରାସ୍ତା ଥିବା ବେଳେ ତୃତୀୟ ପ୍ରକଳ୍ପ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ର କେନ୍ଦୁଲୀ ଓ ବୁଦ୍ଧନାଥ ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ ନିମନ୍ତେ ଉଦ୍ଦିଷ୍ଟ ଥିବା ଜଣାଯାଇଛି । ଉକ୍ତ ନିର୍ବାଚନ ମଣ୍ଡଳୀର ବାଲିପାଟଣା ବ୍ଳକ୍‌ କୁଶଭଦ୍ରା ନଦୀ ଉପରେ ବ୍ରିଜ୍‌, ମଧୁବନ-ବରଡ଼ି ରାସ୍ତା ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପ୍ରକଳ୍ପକୁ ମିଶାଇ ୯ ଗୋଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଭୁବନେଶ୍ୱର କେନ୍ଦ୍ର, ଜଟଣୀ, ଉତ୍ତର, ଜୟଦେବ ପ୍ରମୁଖ ନିର୍ବାଚନ ମଣ୍ଡଳୀରେ ଓପିଟିସିଏଲ ଆଠ ଗୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଯୁବ ବାହିନୀ ରାଜ୍ୟ ସଭାପତି ଅରୂପ ପଟ୍ଟନାୟକଙ୍କ ସମେତ ଶ୍ରେଷ୍ଠ ଯୁବବାହିନୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଏକାଠି ହୋଇଥିଲେ । ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ୧୭ ଜଣ ପୂର୍ବତନ କର୍ପୋରେଟର ଓ ପ୍ରାୟ ୭ ହଜାର ଯୁବବାହିନୀ ସଦସ୍ୟ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର