ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କଳାହାଣ୍ଡିରେ ନବୀନଙ୍କ ମାରାଥନ ପ୍ରଚାର

ଭବାନୀପାଟଣା /ଲାଞ୍ଜିଗଡ଼/ ରୁପ୍ରାରୋଡ଼,୯ ।୪(ଆପ୍ର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ବୃନ୍ଦାବାହାଲ, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାରେ ମେଗା ରୋଡ୍‌ ସୋ କରିଥିଲେ । ଆଜି ଜିଲ୍ଲାର ଜୟପାଟଣା ବ୍ଲକ ଚାଚିଗୁଡ଼ା, ନର୍ଲା ବ୍ଲକର ତୁଳାପଡ଼ା ଓ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଏଥର ଜିତିଲେ ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତି ଅନୁଦାନ ଦିଆଯିବ ବୋଲି ଘୋଷଣା କରିଥିଲେ ।

ଏହି ଅବସରରେ ନବୀନ କହିଥିଲେ, ମହିଳାମାନଙ୍କୁ ସଶକ୍ତ କରିବା ତାଙ୍କ ସରକାରର ପ୍ରାଥମିକତା ହେବ । ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା କରାଯିବ । ମହିଳାଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ଦଶଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବ । ଝିଅମାନଙ୍କୁ କେଜିରୁ କଲେଜ ଯାଏଁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୦ଟା ୫୦ମନିଟି୍‌ରେ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ କରାଯାଇଥିବା ଅସ୍ଥାୟୀ ହେଲିପେଡରୁ ହେଲିକପ୍ଟର ଯୋଗେ ପ୍ରଥମେ ଜୟପାଟଣା ବ୍ଲକ ଚାଚିଗୁଡ଼ା ଯାଇଥିଲେ । କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ଲାଞ୍ଜିଗଡ଼ ବିଧାନସଭା ପ୍ରାର୍ଥୀ ପ୍ରଦୀପ ଦିଶାରୀ ଏହି ନିର୍ବାଚନୀ ସଭାରେ ନବୀନଙ୍କ ସହ ଉପସ୍ଥିତ ଥିଲେ ।

ତାପରେ ନର୍ଲା ନିର୍ବାଚନ ମଣ୍ଡଳୀର ବାଲିପଡ଼ାରେ ଥିବା ଅସ୍ଥାୟୀ ହେଲିପେଡରେ ଅବତରଣ କରି ନିର୍ବାଚନୀ ସଭାରେ ନବୀନ ଉଦ୍‌ବୋଧନ ଦେଇଥିଲେ । ନିର୍ବାଚନ ମଣ୍ଡଳୀର ତୁଳାପଡ଼ା ସଭାରେ ନର୍ଲା ବିଧାୟକ ପ୍ରାର୍ଥୀ ଭୂପିନ୍ଦର ସିଂହ ଉପସ୍ଥିତ ଥିଲେ । ସେଠାରୁ ହେଲିକପ୍ଟର ଯୋଗେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଯାଇ ସେଠାରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ସହ ନବୀନ କେନ୍ଦ୍ର ଅବହେଳାକୁ ସମାଲୋଚନା କରିଥିଲେ । ଦଳୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ଓ ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟଭିକ୍ଷା କରିଥିଲେ । ବିଶ୍ୱନାଥପୁର ସଭା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.