PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୨୦୪୧ ଫାଉଣ୍ଡେସନ୍‌ର କ୍ଲାଇମେଟ୍‌ ଫୋର୍ସ ଆର୍କଟିକ୍‌ ଏକ୍ସପେଡିସନ୍‌: ନୀଳିମାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୨(ବ୍ୟୁରୋ): ୩୩ ବର୍ଷୀୟ ନୀଳିମା ମିଶ୍ର ୨୦୪୧ ଫାଉଣ୍ଡେସନ୍‌ ପକ୍ଷରୁ କରାଯାଉଥିବା କ୍ଲାଇମେଟ୍‌ ଫୋର୍ସ ଆର୍କଟିକ୍‌ ଅଭିଯାନରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୁଇଟ୍‌ କରି ନୀଳିମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୀଳିମା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସାରା ଦେଶରୁ ୮୦ ଜଣଙ୍କୁ ଏହି ଏକ୍ସପେଡିସନ ପାଇଁ ଚୟନ କରାଯାଇଛି । ଏହି ଅଭିଯାନ ୟୁକେର ପରିବେଶବିତ୍‌ ତଥା ଉଭୟ ଉତ୍ତର ଓ ଦକ୍ଷିଣ ମେରୁ ଯାଇଥିବା ପ୍ରଥମ ବ୍ୟକ୍ତି ରବର୍ଟ ସ୍ୱାନଙ୍କ ସହ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ।
ଆସନ୍ତା ଜୁନ୍‌ରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନରେ ସମସ୍ତେ ଭାଲବାର୍ଡରୁ ଯାତ୍ରା ଆରମ୍ଭ କରିବେ । ଜଳବାୟୁ ପରିବର୍ତ୍ତନ, ଶକ୍ତିର ନବୀକରଣ ଆଦି ଦିଗ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହ ବିଭିନ୍ନ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।
ନୀଳିମା ମିଶ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହ ସେ ଇଲେକ୍‌ଟ୍ରିକାଲ୍‌ ଇଞ୍ଜିନିୟରିଂ ଡିଗ୍ରୀ ପରେ ଭୋପାଳର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେଷ୍ଟ ମ୍ୟାନେଜ୍‌ମେଣ୍ଟରୁ ଏମ୍‌ବିଏ କରିଛନ୍ତି । ଜଣେ ସମାଜସେବୀ ତଥା ପରିବେଶବିତ୍‌ ଭାବେ ପରିଚିତ ନୀଳିମା ଗତବର୍ଷ ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ ଆରମ୍ଭ କରିଥିଲେ ।