ବିଜେପୁରରୁ ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବରଗଡ ୨୫/୩: ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ବିଜେପୁର ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ । ନବୀନ ଆଜି ବିଜେପୁର ଗସ୍ତରେ ଆସି ବିଜେପୁର ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।
ବିଜେପୁରବାସୀଙ୍କ ଶ୍ରଦ୍ଧା ଓ ଭଲପାଇବା ନେଇ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ଵ କରିବା ପାଇଁ ଆଜି ବିଜେପୁରରୁ ନାମାଙ୍କନ ପତ୍ର ଦାଖଲ କଲି। ବିଜେପୁରର ବିକାଶ ମୋ ଦାୟିତ୍ଵ ବୋଲି କହିଥିଲି। ଲୋକମାନଙ୍କ ସମର୍ଥନକୁ ପୁଞ୍ଜି କରି ଏହି ଧାରା ଆଗକୁ ଆହୁରି ସୁଦୃଢ ହେବାକୁଯାଉଛି। #BijepurReSankhanaad
— Naveen Patnaik (@Naveen_Odisha) March 25, 2019
ପ୍ରାର୍ଥୀପତ୍ର ଦାଖଲନେଇ ଟ୍ୱିଟରରେ ସୂଚନା ଦେଲେ ବିଜେଡି ସୁପ୍ରିମୋ । ନବୀନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଲେ ଯେ ବିଜେପୁରବାସୀଙ୍କ ଶ୍ରଦ୍ଧା ଓ ଭଲପାଇବା ନେଇ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଆଜି ବିଜେପୁରରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପୁରର ବିକାଶ ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି ।
ନବୀନ ଚଳିତବର୍ଷ ୨ଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି | ଗତ ୨୦ ତାରିଖରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କରିସାରିଛନ୍ତି ନବୀନ । ନବୀନଙ୍କ ବିପକ୍ଷରେ ହିଞ୍ଜିଳିରୁ ବିଜେପି ପକ୍ଷରୁ ପୀତାମ୍ବର ଆଚାର୍ଯ୍ଯ ନିର୍ବାଚନ ଲଢିବେ । ଅନେକ ଆଲୋଚନା ପରେ ଶେଷରେ ବିଜେପି, ନବୀନଙ୍କୁ ଟକ୍କର ଦେବାପାଇଁ ପୀତାମ୍ବରଙ୍କୁ ମଇଦାନକୁ ଓହ୍ଲାଇଛି ।