PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପାଶ୍ୱାନଙ୍କୁ ନବୀନଙ୍କ ଚିଠି: ରାଜ୍ୟ ଯୋଗାଣ ନିଗମର ବକେୟା ୩୬୫୪ କୋଟି ଦିଅ

ଭୁବନେଶ୍ୱର,୮ା୨(ବ୍ୟୁରୋ): କେନ୍ଦ୍ରର ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଉପରେ ରାଜ୍ୟ ଯୋଗାଣ ନିଗମର ସବସିଡି ବାବଦକୁ ୩୬୫୪ କୋଟି ୪୧ ଲକ୍ଷ ଟଙ୍କା ବକେୟା ଗଡ଼ୁଛି । ତୁରନ୍ତ ଏ ପାଣ୍ଠି ପ୍ରଦାନ କରିବା ସହ ନିୟମିତ କିଭଳି ଓଡ଼ିଶା ଯୋଗାଣ ନିଗମକୁ ସବ୍‌ସିଡି ରାଶି ମିଳିବ ସେ ଦିଗରେ ଯତ୍ନବାନ ହେବାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଭାବେ ୨୦୦୩-୦୪ରୁ ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଛି । ନିଗମ
ଏ ପ୍ରକ୍ରିୟା ସଂପାଦନ କରିବାକୁ ବ୍ୟାଙ୍କରୁ ଋଣ କରୁଛି । ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ୱଛ କରିବାକୁ ଚାଷୀଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ପଠାଯାଉଛି । ଗତବର୍ଷ ଏ ଧାନ ସଂଗ୍ରହ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ନିଗମ ୭୬୦୦ କୋଟି ଟଙ୍କା ପଠାଇଛି । ଚଳିତ ବର୍ଷ ନିଗମ ଏଯାଏ ୪୦ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲା ବେଳେ ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି । ଏତେ ପରିମାଣର ପାଙଋି ଜମା କରିବାକୁ ପଡୁଥିବାରୁ ନିଗମ କ୍ୟାସ କ୍ରେଡଟ ଲିମିଟ ଛୁଇଁବାକୁ ବସିଛି । ଏ ସମସ୍ୟା ଏଡ଼ାଇବାକୁ ହେଲେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରାଳୟକୁ ଠିକ୍‌ ସମୟରେ ଯୋଗାଣ ନିଗମକୁ ଖାଦ୍ୟ ସବସିଡି ଦେବାକୁ ହେବ । ଆସନ୍ତା ମାର୍ଚ୍ଚ ଯାଏ ଏ ବାବଦରେ କେନ୍ଦ୍ର ଉପରେ ଯୋଗାଣ ନିଗମର ୩୬୫୪.୪୧ କୋଟି ବକେୟା ଗଡୁଛି । କେନ୍ଦ୍ର ଉପରେ ଏତେ ପରିମାଣର ପାଙଋି ବାକି ଗଡ଼ିବା ନିଗମର ପାଙଋି ସଂକଟ ସୃଷ୍ଟି କରୁଛି । ରାଜ୍ୟର ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପାଙଋି ପ୍ରଦାନ କରିବା କଷ୍ଟକର ହେଉଛି । ତେଣୁ ରାଜ୍ୟର ଚାଷୀକୁଳର ହିତ ଦୃଷ୍ଟିରୁ ତୁରନ୍ତ ଶ୍ରୀ ପାଶ୍ୱାନ ହସ୍ତକ୍ଷେପ କରିବାକୁ ନବୀନ ଚିଠିରେ ଅନୁରୋଧ କରିଛନ୍ତି ।