ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଗୋଏଲଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ନବୀନ: କୋଇଲା ରୟାଲଟି ତୁରନ୍ତ ବଢ଼ାଅ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ଦେଶରେ ଉତ୍ପାଦିତ ମୋଟ କୋଇଲାର ଏକ ପଞ୍ଚମାଂଶ ଭାଗ କେବଳ ଓଡ଼ିଶାରୁ ଉତ୍ପାଦନ ହେଉଛି । କୋଇଲା ଉତ୍ପାଦନ ଯୋଗୁ ପରିବେଶ ଉପରେ ପ୍ରଭାବ ଓ ବିସ୍ଥାପନ ଭଳି ଅନେକ ସମସ୍ୟାକୁ ରାଜ୍ୟ ସହୁଛି । ଏହା ସତ୍ତେ୍ୱ ଦୀର୍ଘ ୬ବର୍ଷ ହେଲାଣି କୋଇଲାର ରୟାଲଟି ବଢ଼ିନି । ତୁରନ୍ତ ଏହା ଉପରେ କେନ୍ଦ୍ର ବିଚାର କରୁ । କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି କ୍ଷୋଭ ଜଣାଇବା ସହ କୋଇଲା ରୟାଲଟି ବଢ଼ାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, କୋଇଲା ରୟାଲଟି ପୁନଃନିର୍ଦ୍ଧାରଣ କରିବାକୁ ଗତ ବର୍ଷ ଫେବ୍ରୁଆରୀରେ ଅନୁଧ୍ୟାନକାରୀ ଦଳ ଚୂଡ଼ାନ୍ତ ସୁପାରିଶ କରିଥିଲେ । କିନ୍ତୁ ଏବେ ବି ଏହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି । କୋଇଲା ରୟାଲଟି ୧୪ପ୍ରତିଶତରୁ ୨୦ପ୍ରତିଶତକୁ ବଢ଼ାଇବାକୁ ରାଜ୍ୟ ସରକାର ଅନେକ ଦିନ ତଳୁ ପୁରୁଣା ଦାବି ଦୋହରାଇ ଆସୁଛନ୍ତି । କୋଇଲା ଖଣିରୁ କେନ୍ଦ୍ର ସରକାର ଆର୍ଥିକ ଫାଇଦା ପାଉଛନ୍ତି । କିନ୍ତୁ ଓଡିଶାର ଦାବି ସବୁବେଳେ ଅଣଦେଖା କରାଯାଉଛି । ଏମ୍‌ଏମ୍‌ଡିଆର୍‌ ଆକ୍ଟ ଅନୁସାରେ ପ୍ରତି ୩ ବର୍ଷରେ କୋଇଲା ରୟାଲଟି ପୁନଃ ନିର୍ଦ୍ଧାରଣ କରିବା କଥା । କେନ୍ଦ୍ର ସରକାର ସେସ୍‌ ବାବଦରେ ରାଜ୍ୟର କୋଇଲା ଖଣିରୁ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୧୭ହଜାର ୩୦୦କୋଟି ଟଙ୍କା ଆଦାୟ କରିଥିଲେ । କିନ୍ତୁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟ ଭିତରେ ମାତ୍ର ୧୧ହଜାର କୋଟି ଟଙ୍କା ପାଇଛନ୍ତି । ଏହାକୁ ତତ୍କାଳ ବିଚାର କରିବାକୁ ନବୀନ ଲେଖିଥିବା ଚିଠିରେ କୋଇଲା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ମହାନଦୀ କୋଲଫିଲ୍ଡସ୍‌ ଲିଃ(ଏମ୍‌ସିଏଲ୍‌) ୨୦୧୪-୧୫ ରେ ୫୩୧୪କୋଟି ଟଙ୍କାର ଲାଭ(ପିବିଟି) କରିଥିଲା । କିନ୍ତୁ ୨୦୧୭-୧୮ ବର୍ଷରେ ଏହି ଲାଭ ପରିମାଣ ବଢି଼ଥିଲା । ମୋଟ ୭୩୩୯.୬୬ କୋଟି ଟଙ୍କା ଆଦାୟ କରିଥିଲା । ପ୍ରାୟ ୩୮ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । କିନ୍ତୁ ଓଡ଼ିଶାକୁ କ୍ଷତିପୂରଣ ବାବଦରେ ଦେବାକୁ ଥିବା ୮ହଜାର ୨୯୭କୋଟି ଏ ଯାଏ ଏମ୍‌ସିଏଲ ଦେଉନି । ଅନୁମତିଠାରୁ ଅଧିକ କୋଇଲା ଉତ୍ତୋଳନ କରିଥିବାରୁ ଏମସିଏଲ୍‌ ରାଜ୍ୟକୁ ଏହି ଜରିମାନା ରାଶି ଦେବା କଥା । ଜରିମାନା ରାଶି ପଇଠ କରିବାକୁ ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ନବୀନ ତାଙ୍କ ଚିଠିରେ ଗୋଏଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏଥିସହ ନିୟମ ଅନୁସାରେ ଏମ୍‌ସିଏଲ୍‌ ପୂର୍ବରୁ କୋଇଲା ଉତ୍ତୋଳନ କରିଥିବା ଦୁଇଟି ଭୂତଳ ଖଣିରେ ବାଲି ଭରିବା କାମ ସମ୍ପୂର୍ଣ୍ଣ କରିନି । ଏଥିପାଇଁ ସବୁବେଳେ ମାଟି ଦବିବା ଆଶଙ୍କା ରହୁଛି । ତୁରନ୍ତ ଏହି ବାଲି ଭରିବା କାମ ସାରିବାକୁ ଏମ୍‌ସିଏଲକୁ ନିର୍ଦ୍ଦେଶ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.