PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

୨୭ କିମ୍ବା ୨୮ରେ ଶପଥ ନେବେ ନବୀନ; ୧୧ରୁ ବିଧାନସଭା, ୧୭ରେ ବଜେଟ

ଭୁବନେଶ୍ୱର,୨୩ ।୫(ବ୍ୟୁରୋ): ଲଗାତର ୫ମ ପାଳି ରାଜ୍ୟର ଶାସନ ଭାର ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୭ କିମ୍ବା ୨୮ରେ ନବୀନ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ନବୀନଙ୍କୁ ଶପଥ ପାଠ କରାଇବେ ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୧ରୁ ଷୋଡ଼ଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ସରକାର ୧୭ରେ ଆଗତ କରିବେ ବଜେଟ୍‌ । ଏ ନେଇ ସରକାରୀ ଭାବେ ନିଷ୍ପତ୍ତି ହୋଇଛି । ବିଧାନସଭାର ବରିଷ୍ଠ ସଦସ୍ୟ ପଦ୍ମନାଭ ବେହେରା, ପ୍ରଦୀପ ମହାରଥୀ, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ. ଅମର ଶତପଥୀଙ୍କ ଭଳି ନେତାଙ୍କ ମଧ୍ୟରୁ ଜଣଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ମିଳିପାରେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ମନ୍ତ୍ରୀ ପଦ ପାଇବେ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କିଛି ହେଭିୱେଟ୍‌ ନିଜ ଲବିକୁ ଜୋରଦାର କରିଛନ୍ତି । ମାତ୍ର କାହା ମୁଣ୍ଡରେ ସୁନାକଳସ ଢ଼ଳା ହେବ ତାହା କେବଳ ନବୀନଙ୍କୁ ହିଁ ମାଲୁମ ।