ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

କେନ୍ଦ୍ରରେ ବିଜେଡି ହେବ 'କିଙ୍ଗ ମେକର'

ଭୁବନେଶ୍ୱର/ନୟାଗଡ଼, ୨୪ ।୩ (ବ୍ୟୁରୋ/ଆପ୍ର): ୨୧ରୁ ୨୧ ଲୋକସଭା ସିଟ୍‌ ଏଥର ଆମର । ସବୁ ଏମ୍‌ପି ଆସନ ଆମେ ପୋଛି ନେବୁ । ନିବାର୍ଚନ ପରେ କେନ୍ଦ୍ରର ସରକାର ଗଠନ କରିବାକୁ କୌଣସି ଦଳ ବହମୁତ ପାଇବନି । ସରକାର ଗଠନରେ ବିଜେଡି ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଓଡିଶାବାସୀଙ୍କ ଆଶୀବାର୍ଦରେ ବିଜେଡି ହେବ ‘କିଙ୍ଗ ମେକର’ । ବେଶ୍‌ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଭୋଟ ଜିତିବେ ବୋଲି ନବୀନ ଆତ୍ମବିଶ୍ୱାସ ଜାହିର କରିନାହାନ୍ତି । ପ୍ରତିଦ୍ୱନ୍ଦ୍ୱୀ ବିଜେପି ଉପରେ ଜୋରଦାର ଆକମ୍ରଣ ମଧ୍ୟ କରିଛନ୍ତି । ବିଜେପି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଲା, ମାତ୍ର ଭୂଲିଗଲା । ଏହା ଆମ ପ୍ରତି ଅବହେଳା ଓ ଅପମାନ । ଓଡିଶାବାସୀଙ୍କୁ ବିଜେପି ଧୋକା ଦେଇଛି । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ ଆମ ଲଢେଇ଼ କିନ୍ତୁ ଜାରି ରହିବ । ଭୋଟ ୨୦୧୯ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ରବିବାରଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନୟାଗଡ଼ରୁ ବିଜେଡି ପାଇଁ ଭୋଟଭିକ୍ଷା ଆରମ୍ଭ କରି ବିଜେଡିର ବିଜୟ ସୁନିଶ୍ଚିତ ବୋଲି ସେ ଦମ୍ଭ ଦେଖାଇଛନ୍ତି ।

କେନ୍ଦ୍ର ସରକାର ଗଠନରେ ଓଡ଼ିଶା ପ୍ରମୁଖ ଭୂମିକା ତୁଲାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି । ବିଜେପି ଦଳ ଓ ସରକାର ଉପରେ କରଛିନ୍ତ ିପଚ୍ରଣ୍ଡ ଆକମ୍ରଣ । ସେ ବିଜେପି ସରକାର ଉପରେ ହମ୍‌ଲା କରି ଉପସ୍ଥିତ ଲୋକଙ୍କୁ କହିଲେ, ବିଜେପି ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବ ବୋଲି ପ୍ରତିଶ୍ରୁତି ଦେଲା । ମାତ୍ର କେନ୍ଦ୍ରରେ ସରକାର ଗଢ଼ିବା ପରେ ଭୂଲିଗଲା । ଏହା କ’ଣ କେନ୍ଦ୍ରୀୟ ଅବହେଳା ନୁହେଁ? ଏହା ବିରୋଧରେ ବିଜେଡିର ଲଢ଼େଇ ଜାରି ରହିବ । ରେଳବାଇ ବିକାଶ ସହ କୋଇଲା ରୟାଲଟି ନେଇ ମଧ୍ୟ କେନ୍ଦ୍ର ଆମକୁ ଅଣଦେଖା କରି ଚାଲିଛି । ରେଳବାଇ ଓଡ଼ିଶାରୁ ବାର୍ଷିକ ୨୦ ହଜାର କୋଟି ରାଜସ୍ୱ ପାଉଛି, ଦେଉଛି ମାତ୍ର ୧ ହଜାର କୋଟି । କୋଇଲା ନେଉଛନ୍ତି, ଅନ୍ୟ ରାଜ୍ୟରେ ବ୍ୟବହାର ହେଉଛି । ଆମକୁ ଧୂଳି ଓ ପ୍ରଦୂଷଣ ଦେଉଛନ୍ତି । ମହାନଦୀ ଜଳ ବିବାଦରେ କେନ୍ଦ୍ର ଛତିଶଗଡକ଼ୁ ଏବଂ ପୋଲାଭରମରେ ଆନ୍ଧକ୍ରୁ ସମଥର୍ନ ଦେଲା । ଆମ ହକ୍‌ରୁ ଆମକୁ ବଞ୍ଚିତ କରାଗଲା । ଏହା କ’ଣ ଓଡ଼ିଶା ପ୍ରତି ଅବହେଳା ନୁହଁ? ଏମିତି ପାଲଟା ପ୍ରଶ୍ନ କରଛନ୍ତି ନବୀନ ।

ରାଜ୍ୟବାସୀଙ୍କ ପ୍ରତି ଦଳର ସମର୍ପଣ ଭାବକୁ ପ୍ରକାଶ କରି ସେ କହିଲେ, ଓଡ଼ିଶାକୁ ହକ୍‌ ଦେବାକୁ ବିଜେପି କେବେ ଲଢିନି କିମ୍ବା ଆଗକୁ ମଧ୍ୟ ଲଢି ପାରିବନି । ଏହାର କାରଣ ହେଉଛି ରାଜ୍ୟ ବିଜେପିର ରିମୋଟ୍‌ କେନ୍ଦ୍ର ନକିଟରେ । ବିଜେଡି ହେଉଛି ଓଡିଶାବାସୀଙ୍କ ଦଳ । ଆମ ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ । ବିଜେଡିର ରିମୋଟ୍‌ କଣ୍ଟ୍ରୋଲ ସାଢ଼େ ୪ କୋଟି ଓଡିଆଙ୍କ ପାଖରେ ରହିଛି । ସେଥପିାଇଁ ଆମେ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭମିାନ ପାଇଁ ଲଢ଼େଇ କରୁଛୁ । ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ଏବେ ବିକାଶ ପଥରେ ଆଗେଇ ଚାଲିଛି । କେନ୍ଦ୍ର ଅବହେଳା କିନ୍ତୁ ପ୍ରତିବନ୍ଧକ ସାଜୁଛି । ମହିଳା ସଶକ୍ତକରଣ ପ୍ରତି ବିଜେଡିର ସଂକଳ୍ପକୁ ଦୋହରାଇ ସେ କହିଲେ, ମହଳିାଙ୍କୁ ୩୩% ଆସନ ସଂରକ୍ଷଣ ଦେଇ ବିଜେଡି ହେଉଛି ସମଗ୍ର ଦେଶରେ ଏକମାତ୍ର ଦଳ ଭାବେ ଉଦାହରଣ ସୃଷ୍ଟି କରିଛି । ମହିଳାଙ୍କ ଉନ୍ନତି ହେଲେ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ । ଆସିକା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଥିବାରୁ ଆପଣମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ବେଳେ ସମଗ୍ର ଜନ ସମୁଦ୍ର ଭତିରୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ହାତ ହଲାଇଥିଲେ । ପତ୍ର‌୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ କହଥିଲେ ଆପଣମାନେ ଖୁସି ତ ମୁଁ ବି ବହୁତ ଖୁସି । ମୁଁ ଆପଣମାନଙ୍କ ସାଥୀରେ ଅଛି ଓ ରହିବି ।

ନବୀନ ଆହୁରି କହିଲେ,ବିଜୁ ସ୍ୱାସ୍ୟ୍ଥ କଲ୍ୟାଣ ଯୋଜନାରେ ରାଜ୍ୟର ଗରବି ପରବିାର ବେଶ ଉପକତୃ ହେଉଛନ୍ତି । ‘କାଳଅିା’ ଚାଷୀ ପରିବାର ପାଇଁ ନୂଆ ଆଶା ସଂଚାର କରିଛି । ୩୫ ଲକ୍ଷ ଚାଷୀ ପରିବାର ଉପକୃତ ହୋଇଛନ୍ତି । ଆଉ ୨୦ ଲକ୍ଷ ପରିବାରର ପଞ୍ଜୀକରଣ ସରିଛି । ମାତ୍ର ଏ ଯୋଜନାକୁ ବନ୍ଦ କରବିାକୁ କେନ୍ଦ୍ର ଫନ୍ଦଫିକର କରୁଛି । ବିରୋଧୀ ଅପପ୍ରଚାର କରୁଛନ୍ତି । ମାତ୍ର ବିଜେଡି ଗରିବଙ୍କ କଲ୍ୟାଣ ପାଇଁ କାମ କରୁଥଲିା ଓ ଆଗକୁ ମଧ୍ୟ କରବି । ନୟାଗଡ଼ ମିନି ଷ୍ଟାଡିୟମରେ ଭୋଟ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଲେ, ଆପଣମାନେ ବିଜେଡିକୁ ଆଶୀର୍ବାଦ କରନ୍ତୁ । ଓଡ଼ିଶାପ୍ରତି ହେଉଥିବା ଐତିହାସିକ ଅବହେଳାକୁ ଆମେ ସବୁଦିନ ପାଇଁ ଦୂର କରପିାରବି । । ଭୋଟ ମଇଦାନ ତତଲା ଧରିବାକୁ ଯାଉଥିଲା ବେଳେ ନବୀନ ପ୍ରଥମରୁ ବେଶ୍‌ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଆରମ୍ଭ କରି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରଛନ୍ତି । ବିଶେଷକରି ବିଜେଡି ସରକାର ମହିଳା, ଚାଷୀଙ୍କ ପାଇଁ ହାତକୁ ନେଇଥବିା ଯୋଜନାର ତାଲିକା ରଖିବା ସହ କେନ୍ଦ୍ର ବିରୋଧରେ ବିଷୋଦ୍‌ଗାର କରିଛନ୍ତି ।

ନବୀନଙ୍କ ଭାଷଣ ବେଳେ ବିଜେଡି ଜିନ୍ଦାବାଦ…ନବୀନ ପଟ୍ଟନାୟକ ଜିନ୍ଦାବାଦ ସେଗ୍ଲାନରେ ଷ୍ଟାଡିୟମ କମ୍ପିଥିଲା । ନବୀନଙ୍କ ସହ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ । ନୟାଗଡ଼ ସହ ଜିଲ୍ଲାର ବିଧାନସଭା ଏବଂ ଲୋକସଭାଗୁଡ଼ିକ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନଥିଲେ ମଧ୍ୟ ନବୀନ କିନ୍ତୁ ନୟାଗଡ଼ରୁ ଜୋରଦାର ପ୍ରଚାର ଆରମ୍ଭ କରଛନ୍ତି । ସଭାରେ ରଣପୁରର ବିଧିାୟକ ତଥା ଜିଲ୍ଲା ସଭାପତି ରବିନାରାୟଣ ମହାପାତ୍ର ଅଧ୍ୟକ୍ଷତା କରଥିବା ବେଳେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସଭା ପରିଚାଳନା କରିଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୁରୀ ସାଂସଦ ପିନାକୀ ମିଶ୍ର, ଖଣ୍ଡପଡ଼ା ବିଧିାୟକ ଅନୁଭବ ପଟ୍ଟନାୟକ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ନେତ୍ରୀ ପ୍ରଭାସିନୀ ନନ୍ଦ, ଦେବାଶିଷ ପଟ୍ଟନାୟକ, ଗିରିଜାକାନ୍ତ ମହାପାତ୍ର, ପ୍ରଭାତ ଦଳବେହେରା, ଅନୱାର ଅଲୀ୍ଲ, ଲୋକନାଥ ସାହୁ, ଗୁରୁପସ୍ରାଦ ଜେନା, ସୁବାସ ଚନ୍ଦ୍ର କଅରଁ, ଶବ୍ରଣ କୁମାର ରାମଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.